ହେଡଲାଇନସ୍:

ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଐତିହାସିକ ପଦକ୍ଷେପ -ମନ୍ତ୍ରୀ ଶ୍ରୀ ଜେନା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୪ ଟି ଗ୍ରାମପଂଚାୟତର ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ସ୍ୱୟଂ ସହାୟିକ ଗୋଷ୍ଠି ମହିଳାମାନଙ୍କୁ ଚେକ ବଂଟନ କଲେ ମନ୍ତ୍ରୀ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଢଙ୍ଗୀ : ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ଗ୍ରାମପଂଚାୟତ ଶଙ୍କରେଶ୍ୱର ମନ୍ଦିର ପରିସରରେ ଜିଗ୍ନିପୁର, ବରାଦୋ,କେନ୍ଦୁପାଟଣା ଓ କୋଲଣପୁର ଗ୍ରାମପଂଚାୟତର ବୃଦ୍ଧ, ବୃଦ୍ଧା, ମହିଳା, ପୁରୁଷ ଲୋକମାନଙ୍କୁ ମୁଖ୍ୟଅତିଥି ଭାବେ ରାଜ୍ୟ ପଂଚାୟତିରାଜ,ପାନୀୟଜଳ, ଆଇନ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦାନ କରି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ ବଂଟନ କରିବା ସହ ସ୍ୱୟଂ ସହାୟିକ ଗୋଷ୍ଠି ମହିଳାମାନଙ୍କୁ ଚେକ ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଏହି ସଭାରେ ଯୋଗଦାନ କରି ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ପୁରୁଷମାନେ ୫ ଲକ୍ଷ ଓ ମହିଳା ମାନେ ୧୦ ଲକ୍ଷ ଟଙ୍କାର ମାଗଣା ସ୍ଵାସ୍ଥ୍ୟ ସେବା ପାଇପାରିବେ କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ୪ କୋଟି ଓଡ଼ିଆ ଙ୍କ ସୁରକ୍ଷା କବଚ ପାଇଁ ବିଜୁ ସ୍ଵାସ୍ଥ୍ୟ କାର୍ଡ ଯୋଜନା ଐତିହାସିକ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ । ସେହିପରିଭାବେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳା ମିଶନ ଶକ୍ତି କାର୍ଯ୍ୟକ୍ରମ ,ଲୋକମାନଙ୍କ ସୁବିଧା ପାଇଁ ଫୁଣି ୪ ମାସ ମାଗଣାରେ ୫ କିଲୋ ଚାଉଳ ଆଦି ଯୋଗାଇଦେବେ ବୋଲି ପ୍ରକାଶ କରିଥିଲେ ମନ୍ତ୍ରୀ ଶ୍ରୀ ଜେନା ।

ନିଶ୍ଚିନ୍ତକୋଇଲି ବିଡ଼ିଓ କର୍ଣ୍ଣଦେବ ସମାଦାର ଙ୍କ ଅଧ୍ୟକ୍ଷତାରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ଅଶୋକ କୁମାର ଓଝା, ଜିଲାପରିଷଦ ସଭ୍ୟା ସବିତା ସାମଲ, ପଂଚାୟତ ସଭାପତି ରତ୍ନାକର ବିଶ୍ୱାଳ, ସମିତି ସଭ୍ୟା ଙ୍କ ପ୍ରତିନିଧି ଧୀରେନ୍ଦ୍ରନାଥ ବେହେରା,ଜିଲାପରିଷଦ ସଭ୍ୟ ସେକ ଜାହିର ମହମଦ, ସରପଞ୍ଚ ନୃସିଂହଚରଣ ବିଶ୍ୱାଳ,ତିଳୋତମା ରାଉତ, ରୁପାଲୀନ ନାୟକ, ହିମାଂଶୁଶେଖର ପୃଷ୍ଟି, ସମିତିସଭ୍ୟ ପ୍ରହଲ୍ଲାଦ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ୪ ଟି ଗ୍ରାମପଂଚାୟତର ବହୁ ସ୍ୱୟଂ ଗୋଷ୍ଠି ମହିଳା, ଅଂଗନବାଡ଼ି କର୍ମୀ ,ସହାୟକ କର୍ମୀ ଓ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ ।

0
0
0
s2sdefault