ଭୁବନେଶ୍ୱର : ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ନେତା ଓ କର୍ମୀମାନଙ୍କୁ ପତ୍ର ମାଧ୍ୟମରେ ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ | "ବିଜେଡି ଉପରେ ରାଜ୍ୟବାସୀଙ୍କର ଥିବା ଆସ୍ଥାକୁ ବଜାୟ ରଖ। ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କର ।" ବୋଲି ନବୀନ ଏହି ବାର୍ତ୍ତା ଦେଇଛନ୍ତି ଦଳର ସଦସ୍ୟ ସଦସ୍ୟାଙ୍କୁ ।
ଡିସେମ୍ବର ୨୬ରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରୁ ହିଁ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ପାଖକୁ ଯିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି ଓ ଲୋକଙ୍କ ଅଧିକ ନିକଟତର ହେବା ପାଇଁ ଦଳ ଖସଡ଼ା ପ୍ରସ୍ତୁତି କରିଛି | ଉଭୟ ବ୍ଲକ୍ ଏବଂ ସହରାଞ୍ଚଳରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ । ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର, ମହିଳା, ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ । କୋଭିଡ୍ ନିୟମରେ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଭୁବନେଶ୍ୱରରୁ ଅପରାହ୍ଣ ୪ଟା ୩୦ରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା ଦ୍ୱାରା ଲୋକଙ୍କ ନିକଟତର ହେବା ବିଜେଡି ପ୍ରତିଷ୍ଠା ଦିବସର ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି |
ଦଳର ନେତା ଓ କର୍ମୀମାନଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଲେଖିଛନ୍ତି ଏମିତି....
ରାଜ୍ୟ
ନବୀନ ସନ୍ଦେଶ : ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ନେତା ଓ କର୍ମୀଙ୍କୁ ପତ୍ର ଲେଖିଲେ ବିଜେଡି ସୁପ୍ରିମୋ
- Hits: 491