କୋମନା/ଭାଗିରଥି ଭୋଇ - ମାର୍ଗଶୀର ମାସ ଶୁକ୍ଲପକ୍ଷ ଦ୍ୱାଦଶୀ । ନୂଆପଡା ଜିଲା କୋମନା ବ୍ଲକ ଜଡଗଡ ଠାରେ ପାଳିତ ହୋଇଛି ବ୍ୟଞ୍ଜନ ଦ୍ୱାଦଶୀ । ଗ୍ରାମରେ ଥିବା ବରଗଛ ତଳେ ରାଧେଶ୍ୟାମ ଭକ୍ତ ଓ ଗ୍ରାମବାସୀ ମିଶି ରାଧାକୃଷ୍ଣଙ୍କୁ ପୂଜାର୍ଚନା କରିବା ସହ ସୁସ୍ୱାଦୁ ୧୦୮ ଭୋଗ ଅର୍ପଣ କରିଛନ୍ତି । ଧୂପଦୀପରେ ମହକି ଉଠିଥିଲା ଚଉଦିଗ । ଗ୍ରାମର ଖଗେଶ୍ୱର ପ୍ରଧାନଙ୍କ ଘରେ ଏହି ସମସ୍ତ ବ୍ୟଞ୍ଜନ ତିଆରି ହୋଇଥବା ବେଲେ ମୂଖ୍ୟ ପୂଜକ ଗଜପତୀ ବନଛୋର ୧୦୮ ଭୋଗ ଅର୍ପଣ କରିଥିଲେ । ଏଥିରେ ଆଖପାଖ ଅଂଚଳର ରାଧେଶ୍ୟାମ ଭକ୍ତ ଯୋଗଦେବା ସହ ପ୍ରଭୁକୃପା ଲାଭ କରିଥିଲେ । ୨୦୧୩ ମସିହାରୁ ଏହି ପୂଜାକୁ ବେଶ ଧୁମଧାମ ସହ କରିଆସୁଥିବା କହନ୍ତି ଗ୍ରାମବାସୀ । ପଦ୍ମନ ପ୍ରଧାନ,ଶିବ ବନଛୋର,ଜଏବନ ନାଗ,ପବିତ୍ର ପ୍ରଧାନ,ଶଙ୍କର ବନଛୋର ପ୍ରମୂଖ ସହଯୋଗ କରିଥିଲେ ।
ରାଜ୍ୟ
ବ୍ୟଞ୍ଜନ ଦ୍ୱାଦଶୀ, ରାଧାକୃଷ୍ଣଙ୍କ ଠାରେ ଲାଗି ହେଲା ୧୦୮ ଭୋଗ
- Hits: 306