କଲ୍ୟାଣସିଂହପୁର: ପ୍ରଦୀପ ଦଳାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକରେ କରାଯାଇଥିବା ରାସ୍ତା ଟି ମରଣ ଯନ୍ତା ପାଲଟିଛି । ଗାଁ କୁ ସମ୍ମାନ ମାଆ କୁସମ୍ମାନ ସରକାର ପ୍ରତ୍ୟେକ ପଞ୍ଚାୟତର ଗାଁ କୁ ଗାଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତାନିର୍ମାଣ କରାଯାଉଛି । ଉକ୍ତ ବ୍ଲକ ର ଧାମୁଣିପଙ୍ଗା ପଞ୍ଚାୟତର କୁଲୁମୁହିଁ ତୋଟା ଠାରୁ ସୁରୁମୁଲି, ହାତିମୁଣ୍ଡା ଦେଇ କାଙ୍ଗସିରି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଭାରତ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରକଳ୍ପ କୁ ରାୟଗଡା ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପରିଚାଳନା ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ କରାଯାଇଥିଲା ।ଏହି ରାସ୍ତା ଟି ୨୦୧୭ ମସିହା ଡିସେମ୍ବର ମାସ ୨୯ତାରିଖରେ ଆରମ୍ଭକରି ୨୦୧୮ମସିହା ଡିସେମ୍ବର ମାସ ୨୮ତାରିଖରେ ଅଟକଳ୫୭୦.୨୫ ଲକ୍ଷ ଟଙ୍କା ବ୍ୟୟ କରି ପ୍ରାୟ ୧୧.୦୬୭ କିଲୋମିଟର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମସଡକ ନିର୍ମାଣ କରାଯାଇଥିଲା ।ତାହା ୫ବର୍ଷ ନ ପୁରୁଣୁ ୩ ବର୍ଷ ମଧ୍ୟରେ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇଯାଇଛି । ସ୍ଥାନେ ସ୍ଥାନେ ଖାଲଖମା ହେବା ସହ ରାସ୍ତାରୁ ପିଚୁ ବାହାରି ବଜୁରୀ,ପଥର ବାହାରିପଡିଛି । ଉକ୍ତ ରାସ୍ତାରେ ଛୋଟ ବଡ ଯାନବାହାନ ଚଳାଚଳ ରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବସି ।ଏହିପାରି ରାସ୍ତା ରହିଥିବାରୁ ଦୁର୍ଘଟଣା ମଧ୍ୟ ହେଉଥିବା ନଜରକୁ ଆସୁଛି ।ଏହି ରାସ୍ତାରେ ଭାରି ଯାନ ନ ଯାଉଣୁ ଯଦି ରାସ୍ତା ଦାବି ଯାଇ ଖାଲଖମା ସୃଷ୍ଟି ହେଉଛି । ଯଦି ଭାରିଯାନ ଯାଇଥିଲେ ରାସ୍ତାର ଅବସ୍ଥା ବର୍ଷେ ନପୁରୁଣୁ ନଷ୍ଟ ହୋଇଯାଇଥାନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି । ରାସ୍ତା ନିର୍ମାଣ ସ୍ଥାନରେ ଦୁଇଟି ସୂଚନା ଫଳକ ଲଗାଯାଇଛି ।କିନ୍ତୁ ଦୁଇଟି ସୂଚନା ଫଳକରେ ସମାନ ଉଲ୍ଲେଖ ରହିଛି ।କଲ୍ୟାଣସିଂହପୁର ଠାରୁ କାଙ୍ଗସିରି ପର୍ଯ୍ୟନ୍ତ ୧୧.୦୬୭କିମି ଅଟକଳ ୫୭୦.୨୫ଲକ୍ଷ ଟଙ୍କା ବ୍ୟୟ ରେ କରାଯାଇଥିବା ଦର୍ଶାଇ ଛନ୍ତି ।କିନ୍ତୁ କୁଳୁମୁହି ତୋଟା ଠାରୁ ସୁରୁମୁଲି, ହତିମୁଣ୍ଡା ଦେଇ କାଙ୍ଗସିରି ପର୍ଯ୍ୟନ୍ତ ରାସ୍ତା କରାଯାଇଥିବା ଅଞ୍ଚଳରେ ନବୀନ କାଡ୍ରାକା, ମିନା ପ୍ରେପକା, କର୍ଷିକା ସାନ୍ଦାରାଓ, ପ୍ରମୁଖ କହିଛନ୍ତି । ଏବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ରାସ୍ତାର ରକ୍ଷଣାବେକ୍ଷଣ କରିବାର ରହିଛି ।ତାହା ଦୁଇ ବର୍ଷ ହେଇଚି ସିଡ଼ି କରାଯାଇ କଲର ଲଗାଯାଇଛି ।ତାର ମରାମତି କରାଯିବ ବୋଲି କହିଛନ୍ତି ।
ରାଜ୍ୟ
ପ୍ରଧାନମନ୍ତ୍ରୀ ସଡ଼କ : ରାସ୍ତା ନା ମରଣ ଯନ୍ତା
- Hits: 419