ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଢଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟକ ସଦର ନିର୍ବାଚନ ମଣ୍ଡଳୀ ବାବୁଜଙ୍ଗ ଗ୍ରାମପଂଚାୟତରେ ପୂର୍ବତନ ସରପଞ୍ଚ ତଥା ସାଂସଦ ଙ୍କ ପ୍ରତିନିଧି ସ୍ଵାଧିନ ଭୂୟାଁ ଙ୍କ ସଂଯୋଜନା ରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ବରିଷ୍ଠ ନେତା ଦିଲୀପ ଷଢଙ୍ଗୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦାନ କରି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ବାରିମୂଳ, ବାବୁଜଙ୍ଗ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ନବୀକରଣ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ମହାନଦୀ ବ୍ୟାରେଜ ଡିଭିଜନ ମେହେନ୍ଦିପୁର ଶାଖା କେନାଲ, ମହାନଦୀ ବ୍ୟାରେଜ ଡିଭିଜନ ସିଆରବିସି ମୋଗଲସାହି ଫୁଟ ବ୍ରିଜ, ମହାନଦୀ ବ୍ୟାରେଜ ଡିଭିଜନ, ଜୟ ତଳଙ୍ଗ ଶାଖା କେନାଲ, ମହାନଦୀ ଡ୍ରେନେଜ ଡିଭିଜନ ସୁକୁପାଇକା ଡ୍ରେନେଜ, ଆଦିବାସୀ ସାହି ବ୍ରିଜ, ଗ୍ରାମ୍ୟ ଉନୟନ ବିଭାଗ ବାରିମୂଳ ଠାରୁ ବାବୁଜଙ୍ଗ ରାସ୍ତାର ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପକୁ ଶୁଭ ଶିଳାନ୍ୟାସ କରିବା ସହ ବାବୁଜଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାରେ ଯୋଗଦାନ କରି ପଂଚାୟତର ସମସ୍ତ ଜନସାଧାରଣ ଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କରିଥିଲେ । ବିଧାୟକ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମସ୍ତ ଜନସାଧାରଣ ଙ୍କ ପାଇଁ ସୁରକ୍ଷା କବଚ ସାଜିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଭାବେ ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାଦାର ଯୋଗଦାନ କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ବିଜେଡି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ବାବୁଜଙ୍ଗ ସରପଞ୍ଚ ସବିତା ସେଠି, ସମିତିସଭ୍ୟ ସସ୍ମିତା ମଳିକ, ପଂଚାୟତ ସଭାପତି ମନୋଜ ମହାନ୍ତି, ଯୁବ ସଙ୍ଗଠକ ଇଜାଜ ଖାନ, ପଂଚାୟତ ଛାତ୍ର ବିଜେଡି ସଭାପତି ବିମଲ ପଢିହାରି, ଅଭୟ ଲେଙ୍କା, ବିଶ୍ୱଜିତ ସାହୁ, ସେଶଦେବ ପରିଡା, ସର୍ବେଶ୍ୱର ସ୍ୱାଇଁ, ହେମନ୍ତ ବେହୁରା,ସିଆରସିସି ରବେୟା ସରଓର,ବାବୁଜଙ୍ଗ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିବାକର ବରାଳ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।
ରାଜ୍ୟ
ବାବୁଜଙ୍ଗ ପଂଚାୟତରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କଲେ ବିଧାୟକ ଚନ୍ଦ୍ର ସାରଥୀ
- Hits: 338