ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକରେ କୃଷି ବିଭାଗ ତରଫରୁ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ପରିସରରେ କୃଷି ବୈଷୟିକ ତାଳିମ ପାଇଁ ଆତ୍ମା ଭବନ ତିଆରି ହୋଇଥିଲା । ଝାରବନ୍ଧ ଅଞ୍ଚଳର ଗୋପାଳ ବେହେରା ନାମକ ଜନୈକ ବ୍ୟକ୍ତି ନିଜର ମାଳିକାନା ଥିବା ଜମିରେ ବିଲ୍ଡିଂ ତିଆରି କରାଯାଇଛି ବୋଲି ଉକ୍ତ ବିଲ୍ଡିଂଗକୁ ବେଆଇନ ଭାବରେ ନିଜର ଅକ୍ତିଆର କରିନେଇଥିଲା । ବେଆଇନ ଦଖଲ ରୁ ବିଲ୍ଡିଂଗକୁ ମୁକ୍ତ କରିବା ପାଇଁ ବାରମ୍ବାର ପ୍ରଶାସନ ତରଫରୁ ଅନେକ ଥର ନୋଟିସ ଦେବା ସତ୍ତ୍ବେ ଏ ସଂପର୍କରେ କୋର୍ଟ ରାୟ ଦେବ କହି ବେଆଇନ ଦଖଲ କରି ନିଜ ଘର ପରି ବ୍ୟବହାର କରୁଥିଲା । ଆତ୍ମା ଭବନକୁ କୃଷି ବିଭାଗକୁ ହସ୍ତାନ୍ତର ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଉପ ଜିଲ୍ଲାପାଳ,ତହସିଲଦାର ଓ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ତାଙ୍କର ନିର୍ଦ୍ଦେଶ କ୍ରମେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଝାରବନ୍ଧ ଥାନା ଅଧିକାରୀ,ଜିଲ୍ଳା ପ୍ରାଣୀଧନ ଅଧିକାରୀ,ଉପ ଖଣ୍ତ ପ୍ରାଣୀଧନ ଅଧିକାରୀ,କୃଷି ବିଭାଗର ଅଧିକାରୀଙ୍କ ମିଳିତ ଚଢଉରେ ଆତ୍ମା ଭବନକୁ ବେଆଇନ ଦଖଲରୁ ମୁକ୍ତ କରାଯାଇଥିଲା ।
ରାଜ୍ୟ
ଦଖଲରୁ ମୁକ୍ତ ହେଲା ଆତ୍ମା
- Hits: 664