ରାଉରକେଲା (ବସନ୍ତ କୁମାର ଜେନା) :ରାଉରକେଲା ସ୍ଥିତ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଯୁବ ବର୍ଗ ଙ୍କୁ ନେଇ ଆସ ବସ୍ତିକୁ ଯିବା କାର୍ଯ୍ୟକ୍ରମରେ ବିଭିନ୍ନ ବସ୍ତି ଅଞ୍ଚଳ ବୁଲୁଛନ୍ତି । ଏହି ସମୟରେ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହା ସହ ସେମାନଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ କରିବାକୁ ଯାଇ ସରକାରୀ ଯୋଜନା ମାଧ୍ୟମରେ କିପରି ସୁଫଳ ମିଳିବ ସେ ନେଇ ନିରନ୍ତର ପ୍ରକ୍ରିୟା ଚାଲୁ ରହିଛି । ବସ୍ତିର ସାମୁହିକ ସମସ୍ୟା ଲୋକେ ଜଣାଉଥିବା ବେଳେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାନ୍ତ ସେଠୀ ରାଉରକେଲା ଇସ୍ପାତ କାରଖାନାର ସହର ପ୍ରଶାସକ ତଥା ସିଜିଏମ ଅଜୟ ନାୟକଙ୍କୁ ଭେଟି ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ। ପ୍ରମୁଖ ସମସ୍ୟା ମଧ୍ୟରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ସମସ୍ତ ବସ୍ତି ର ରାସ୍ତାଘାଟରେ ଆଲୋକି କରଣ, ବସ୍ତିର ବିଭିନ୍ନ ସ୍ଥାନରେ ଜମା ହୋଇଥିବା ଆବର୍ଜ୍ଜନାକୁ ଉଠାଇବା ସହ ଅନେକ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଶୌଚାଳୟ ନିର୍ମାଣ ଉପରେ ଗୁରୁତ୍ବ ଦେଇଥିଲେ । ସିଜିଏମ ସମସ୍ୟାର ଗୁରୁତ୍ଵ ବୁଝି ପ୍ରାଥମିକ ପର୍ଯ୍ୟାୟରେ ଅଳିଆ ଆବର୍ଜ୍ଜନା ଉଠାଇବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ନିର୍ମାଣଧୀନ ସୁଲଭ ଶୌଚାଳୟର ରକ୍ଷଣା ବେକ୍ଷଣ ଠିକରେ ହେଉ ନ ଥିବାରୁ ଏହାର ଦାୟିତ୍ଵ ଆରଏସପି ଆଗାମୀ ଦିନରେ ନେବ । ଏହି ସାକ୍ଷାତ ଶଆଲୋଚନା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସରୋଜ ଲେଙ୍କା,ଯୁବ ବର୍ଗ ମଧ୍ୟରେ ବିଶ୍ଵ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ରଘୁନାଥପାଲୀ ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବସ୍ତି ସମସ୍ୟା ନେଇ ସହର ପ୍ରଶାସକଙ୍କ ସହ ଆଲୋଚନା କଲେ
- Hits: 523