ଉତ୍ତମ ଚରିତ୍ର ସହ ଉତ୍ତମ ରାଷ୍ଟ୍ର ଗଠନ ରେ ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ପରାମର୍ଶ ହେଲେ ପଦ୍ମଶ୍ରୀ ଶାନ୍ତି ଦେବି
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଆଜି ସବୁ ବର୍ଷ ପରି ଜେଜେମା ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି ଅବସର ରେ ସଦ୍ୟ ପଦ୍ମଶ୍ରୀ ପାଇଥିବା ଗୁଣୁପୁର ର ସାମାଜିକ କର୍ମୀ ପଦ୍ମଶ୍ରୀ ଶାନ୍ତି ଦେବି ଯୋଗ ଦେଇ ଥିଲେ ଶାନ୍ତି ଦେବି ଙ୍କୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ଘୋଷ ବାଦ୍ୟ ଦ୍ୱାରା ପାଛୋଟି ନେଇ ଥିଲେ ଶେଷ ରେ ଆୟୋଜିତ ସମାବେଶ ରେ ମୁଖ୍ୟ ଅତିଥି ଭାବେ ଶାନ୍ତି ଦେବି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ସହ ଉତ୍ତମ ରାଷ୍ଟ୍ର ଗଠନ ରେ ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ପରାମର୍ଶ ଦେବା ସହ ଜେଜେମା ଏବଂ ଜେଜେବାପା ଙ୍କୁ ଭଳି ଦେଶପ୍ରେମୀ, ଆଧ୍ୟାତ୍ମିକବାଦୀ ଏବଂ ମୋଦିଜୀ ଙ୍କ ପରି ଆଦର୍ଶ ବ୍ୟକ୍ତିତ୍ବ ହେବା ଜରୁରୀ ବୋଲି ଜଣାଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମନ୍ଦିର ର ସଭାପତି ଵି ଗଜପତି ରାଓ ସମ୍ପାଦକ ସୋମନାଥ ଗୌଡ଼ ପ୍ରଧାନଚାର୍ଯ୍ୟ ପ୍ରଫୁଲ ସତପଥୀ ଯୋଗ ଦେଇ ଉତ୍ତମ ଚରିତ୍ର ଗଠନ ଉପରେ ମତ ବ୍ୟକ୍ତ କରିଥିଲେ ଏହି ଅବସର ରେ ପଦ୍ମଶ୍ରୀ ଶାନ୍ତି ଦେବି ଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଓଡିଶା ସମ୍ବାଦ ର ପ୍ରମୋଦ କୁମାର ସାହୁ, ପ୍ରଦୀପ ପାଢ଼ୀ,ପ୍ରଭାତ ମହାପାତ୍ର,ଶ୍ରୀମତୀ ସଂଯୁକ୍ତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ |