ହେଡଲାଇନସ୍:

ସୁନ୍ଦରଗଡ଼ରେ ଖୋଲିଲା ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ

ରାଉରକେଲା (ବସନ୍ତ କୁମାର ଜେନା) ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ଦ୍ଵିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ନୂଆଗାଁ ବ୍ଲକ ଅନ୍ତର୍ଗତ ପଟବଠାରେ ଶୁକ୍ରବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି । ଏହାକୁ ନୂଆଗାଁ ସିଡିପିଓ ସାବିତ୍ରୀ ରଣା ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରର ପରିଚାଳନା ଦାୟିତ୍ୱ ସ୍ଥାନୀୟ କୁନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ମିଶନଶକ୍ତି ମା’ ମାନେ ମାଣ୍ଡିଆ ଏବଂ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକୁଡ଼ି ଆଦି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରିପାରିବେ । ପୂର୍ବରୁ ରାଜଗାଙ୍ଗପୁର ଠାରେ ଜିଲ୍ଲାର ପ୍ରଥମ ମିଲେଟ ଶକ୍ତି ଟିଫିନ ସେଣ୍ଟର ଖୋଲିଥିଲା । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହିଭଳି ୮୧ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ଏହାର ପରିଚାଳନା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆବଶ୍ୟକ ତାଲିମ୍ ଦିଆଯାଉଛି । ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଉଦଘାଟନ ଅବସରରେ ନୂଆଗାଁ ବ୍ଲକ ଉପ କୃଷି ଅଧିକାରୀ କରୁଣା କୁମାରୀ ଟେଟେ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ପ୍ରଣମେଶ କର ଓ ଅରବିନ୍ଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault