ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳର ଉନ୍ନତି ପାଇଁ ଭିଡିଓ କନଫେରନ୍ସ ଦ୍ୱାରା "ମୁକ୍ତା " ଯୋଜନା ମାଧମରେ ପୌରପରିଷଦ କାର୍ଯ୍ୟକ୍ରମରେ ସହରର ରୂପାନ୍ତରିକରଣ ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ପ୍ରକଳ୍ପର ମଞ୍ଜୁରୀ ସକାଶେ ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ଦିନ ନିବେଦନ କରାଯାଇଛି। ଗଜପତି ଜିଲ୍ଲାର ପୌରପରିଷଦର ଜନସାଧାରଣ ସହର ଭିତ୍ତିଭୂମିର ବିକାଶ ନିମନ୍ତେ ୫୯ ଟି ପ୍ରକଳ୍ପ ପାଇଁ ୪ କୋଟି ୯୧ ଲକ୍ଷ ଟଙ୍କା ମଞ୍ଜୁର କରିବାକୁ ପ୍ରସ୍ତାବ ଦିଆଯାଇଛି l ଗଜପତି ଜିଲ୍ଲାରେ ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଓ ସହର ସ୍ୱୟଂସହାୟକ ଗୋଷ୍ଠୀ ସମସ୍ତ ପ୍ରକଳ୍ପ ମଞ୍ଜୁର କରିବାକୁ ୫-ଟି ସଚିବକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌରପରିଷଦ ହେବାକୁ ଥିବା ପ୍ରକଳ୍ପ ଗୁଡିକ ହେଲା ମୀନ ପାର୍କ, ଓପେନଜିମ, ଚାଇଲଡ ପ୍ଲେ ଷ୍ଟେସନ, ୱାକିଙ୍ଗ ଟ୍ରାକ, ଭେଣ୍ଡି ଜଣ ହେବାର ବୈଠକରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମାଝୀ ଉପସ୍ଥିତ ଥିଲେ।
ରାଜ୍ୟ
"ମୁକ୍ତା" ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ପୌର ପରିଷଦର ରୂପାନ୍ତରିତ କାର୍ଯ୍ୟକ୍ରମ
- Hits: 503