ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମସ୍ଥିତ କମ୍ୟୁନିଟି ହଲ ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବଗୋଷ୍ଠୀ ,ଏକ୍ସ ମିଲିଟାରୀ ଓ ଗ୍ରାମବାସୀ ମାନଙ୍କୁ ନେଇ "ବିଜୟ ଦିବସ" କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ କେପଟେନ ଶ୍ରୀ ମଲ୍ଲିକର୍ଜୁନ ପଟ୍ଟନାୟକ , ଅବସରପ୍ରାପ୍ତ ସରଜେଣ୍ଟ ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟ , ଅବସରପ୍ରାପ୍ତ ସୁବେଦାର ମେଜର ଶ୍ରୀ କିଲ୍ଲାରୀ ସମ୍ପତ୍ତି ରାଓ , ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ବିନୋଦିନି ବିଜ୍ଞାନ ମହାବିଦ୍ୟାଳୟର ଏନଏସଏସ ଅଧିକାରୀ ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ "ବିଜୟ ଦିବସ" ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ।
ମୁଖ୍ୟତଃ ବିଜୟ ଦିବସର ବିଭିନ୍ନ ଦିଗ ସମ୍ପର୍କରେ ଯଥା ୧୯୭୧ ମସିହାର ଭାରତ-ପାକିସ୍ଥାନ ଯୁଦ୍ଧରେ ଏବଂ ପରେ କାର୍ଗିଲ ଯୁଦ୍ଧରେ ଭାରତର ବିଜୟ ଓ ପାକିସ୍ଥାନ ହାରିବା ପରେ ତାଙ୍କର ଆତ୍ମା ସମର୍ପଣ ସମ୍ପର୍କରେ କହିଥିଲେ ।
ଅନ୍ୟପକ୍ଷରେ , ସ୍ବର୍ଣ୍ଣମୟ ଭାରତ ଆଜି ଆନ୍ତର୍ଜାତୀୟ କ୍ଷେତ୍ରରେ ବୀରତ୍ବର ପରିଚୟ ଦେଇଛି । ଏ ଦିଗରେ ଆମ ସବୁସ୍ଥଳର ମିଲିଟାରୀ ବାହିନୀ ମାନଙ୍କ ତ୍ୟାଗ , ନିଷ୍ଠା , ସାହାସ ଓ ମନୋବଳ ହିଁ ଏହି ବିଜୟର ଶ୍ରେୟ । ସୀମାରେ ରହି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନା କରିବା ଆମର ନୈତିକ କର୍ତ୍ତବ୍ୟ । ଯୁବଗୋଷ୍ଠୀ ହିଁ ଆମର ଦେଶ-ସୁରକ୍ଷାର ଭବିଷ୍ୟତ । ତେଣୁ ଆମେ ଏକ ଅଭିନ୍ନ ଆମେ , ଯାହାକି ବସୁଧେବ କୁଟୁମ୍ବ ନୀତିକୁ ଆହ୍ବାନ କରିଥିଲେ।
ଏହି ଅବସରରେ ମଞ୍ଚାସୀନ ଏକ୍ସ-ମିଲିଟାରୀ ଅଧିକାରୀ ମାନଙ୍କୁ ଯୁବଗୋଷ୍ଠୀ ମାନଙ୍କ ପକ୍ଷରୁ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା।
ଶେଷରେ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ହେଡକ୍ବାର୍ଟର ଜାତୀୟ ଯୁବ ସ୍ବେଚ୍ଛାସେବୀ ଶ୍ରୀ ଏ. ପରମେଶ୍ବର ରାଓଙ୍କ ସମେତ ଗୁମ୍ମା ବ୍ଲକର ଜାତୀୟ ଯୁବ ସ୍ବେଚ୍ଛାସେବୀ ଶ୍ରୀ ବିଜୟ କୁମାର ଗୌଡ଼ ଓ ଶ୍ରୀ ଭାସ୍କର ଘାଣ୍ଟା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।
ରାଜ୍ୟ
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ "ବିଜୟ ଦିବସ" କାର୍ଯ୍ୟକ୍ରମ ପାଳିତ
- Hits: 328