ରାଉରକେଲା(ବସନ୍ତ କୁମାର ଜେନା): କେନ୍ଦ୍ର ମୋଦି ସରକାର ଦେଶର ଲାଭଦାୟକ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ କେତେକ ମୁଷ୍ଟିମେୟ ପୁଂଜିପତିଙ୍କ ସ୍ୱାର୍ଥରେ ଘରୋଇକରଣ କରିବା ପାଇଁ ଯେଉଁ ନିଷ୍ପତି ଗ୍ରହଣ କରିଛନ୍ତି ଏବଂ ରାଷ୍ଟ୍ରାୟତ ବ୍ୟାଙ୍କ ଓ କର୍ମଚାରୀଙ୍କ ବିରୋଧରେ ସରକାର ଯେଉଁ କଳାଆଇନ ଆଣିଛନ୍ତି ତାହାକୁ ପ୍ରତିବାଦ କରି ଦେଶର ବିଭିନ୍ନ ବ୍ୟାଙ୍କରେ କାର୍ଯ୍ୟରତ ପ୍ରାୟ ୯ ଲକ୍ଷ ବ୍ୟାଙ୍କ କର୍ମଚାରୀ ୟୁନାଇଟେଡ଼ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନସ (ୟୁଏଫବିୟୁ) ପକ୍ଷରୁ ଦେଶବ୍ୟାପୀ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟର ଡାକରା ଦେଇଛନ୍ତି ତାହାକୁ ରାଉରକେଲାରେ ସିଆଇଟିୟୁ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ବିଶ୍ରାଛକ ସ୍ଥିତ ଏସବିଆଇ ଶାଖାଠାରେ ୟୁଏଫବିୟୁ ପକ୍ଷରୁ ଚାଲିଥିବା ଧର୍ମଘଟରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତିଙ୍କ ନେତୃତ୍ୱରେ ସିଆଇଟିୟୁର ନେତାମାନେ ପହଚିଂ ଧର୍ମଘଟକୁ ସମର୍ଥନ କରିଛନ୍ତି । ବ୍ୟାଙ୍କ କର୍ମଚାରୀମାନଙ୍କୁ ସମ୍ବୋଧନ କରି ଶ୍ରୀ ମହାନ୍ତି କହିଛନ୍ତି ଯେ, ଭାରତବର୍ଷର ଅର୍ଥନୀତିର ମେରୁଦଣ୍ଡ ଦେଶର ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାର ପୁଜିଂପତିମାନଙ୍କ ସ୍ୱାର୍ଥରେ ଘରୋଇକରଣ କରିବାକୁ ଯେଉଁ କଳା ଆଇନ ଆଣିଛନ୍ତି ତାହାକୁ ସକଳସ୍ତରରେ ବିରୋଧ କରିବାକୁ ଆହ୍ୱାନ କରିଛନ୍ତି । କେବଳ ବ୍ୟାଙ୍କ ଶିଳ୍ପ ନୁହେଁ ଦେଶର ଅନ୍ୟାନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ସରକାର ବିକ୍ରି କରିବା ପାଇଁ ମନିଟାଇଜେସନ ପାଇପଲାଇନ ନାମରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି । ଦେଶର କୃଷକ ଆନ୍ଦୋଳନ ଶେଷରେ ଜୟଯୁକ୍ତ ହୋଇଛି । ସରକାର ହାର ମାନିଛି, ଜନ ବିରୋଧୀ ନୀତି ବିରୋଧ ସଂଗ୍ରାମରେ ସରକାରକୁ ଗାଦିଚ୍ୟୁତ କରିବାକୁ ହେବ । ଏହି ବିକ୍ଷୋଭରେ ସିଟୁ ସାଧାରଣ ସଂପାଦକ ବିମାନ ମାଇତି, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ବି.ପି.ମହାପାତ୍ର, ବିଶ୍ୱଜିତ ମାଝି, ପ୍ରଭାତ ମହାନ୍ତି, ଅରୁଣ ମହାରଣା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ବ୍ୟାଙ୍କ ଧର୍ମଘଟକୁ ସିଆଇଟିୟୁର ସମର୍ଥନ ଘୋଷଣା କଲା
- Hits: 301