ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ଗୋଟେ ପରିବାର ଙ୍କ ଘର ଉପରେ 11 କେଭି ବିଜୁଳି ତାର ଦୀର୍ଘ ଦିନରୁ ଯାଇଥିବା ରୁ ସେମାନେ ବିଭାଗୀୟ କାର୍ଯ୍ୟନିରବାହି ଯନ୍ତ୍ରୀ ବରଗଡ ଙ୍କୁ ଭେଟି ଏକ ପତ୍ର ଦେଇ ବିଜୁଳି ତାର କୁ ସ୍ଥାନାନ୍ତର ପାଇଁ ଦୀର୍ଘ 2 ମାସ ହୋଇ ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି l ସୂଚନା ଅନୁସାରେ କୁମେଲସିଂହା ର ସାମାଜିକ କାର୍ଯ୍ୟକର୍ତା ଚମ୍ପେଶ୍ୱରୀ ସାହୁ ଙ୍କ ନିଜ ଘର ଉପରେ ଏହି 11 କେଭି ତାର ଟି ଦୀର୍ଘ 15 ବର୍ଷ ହେଲା ଯାଇଛି l 20 ବର୍ଷ ପୂର୍ବରୁ ସେମାନେ ତାଙ୍କ ନିଜସ୍ୱ ପୈତୃକ ଜମି ରେ ଘର ନିର୍ମାଣ ପାଇଁ ମୂଳଦୁଆ ପକାଇଥିଲେ ଏବଂ 15 ବର୍ଷ ପୂର୍ବରୁ ତାଙ୍କ ଘର ନିକଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଉକ୍ତ 11 କେଭି ବିଜୁଳି ତାର ଟି ଯାଇଥିଲା ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ କୋଠରୀ ନିର୍ମାଣ ପାଇଁ ଉକ୍ତ ତାର କୁ ଏମାନଙ୍କ ଘର ନିର୍ମାଣ ପାଇଁ ନିହ ଖୋଲିଥିବା ଜମି ଉପର ଦେଇ ନେଇଥିଲେ l ସେସମୟରେ ଏମାନେ ତାଙ୍କ ନିର୍ମାଣାଧିନ ଘର ଉପରେ 11 କେଭି ର ବିଜୁଳି ତାର ଟଣା ଙ୍କୁ ବିରୋଧ କରିଥିଲେ ହେଲେ ସେସମୟର ତତ୍କାଳୀନ ଲରମ୍ଭା ଜେଇ ସେମାନେ ଘର ନିର୍ମାଣ କଲା ପରେ ଉକ୍ତ ତାର କୁ ଅନ୍ୟତ୍ର ସ୍ଥାନାନ୍ତର କରିବୁ ବୋଲି ପ୍ରତିଶୃତି ଦେଇଥିଲେ l ତାଙ୍କ କଥା କୁ ବିସ୍ବାସ କରି ଏମାନେ ଘର ନିର୍ମାଣ କରି ବର୍ତମାନ ଉକ୍ତ ସ୍ଥାନ ରେ ବିଗତ ତିନି ବର୍ଷ ହେଲା ପରିବାର ସହିତ ରହୁଛନ୍ତି l ଏମାନେ ନୂତନ ଗୃହ ରେ ରହିବା ପରେ ଅନେକ ଥର ଲରମ୍ଭା ଜେଇ ଙ୍କୁ ବିଜୁଳି ତାର ଅନ୍ୟଦେଇ ସ୍ତାନାନ୍ତର ପାଇଁ ଅନୁରୋଧ କରିଥିଲେମଧ୍ୟ ସେମାନେ ଆଉ କିଛି କରି ପାରିବୁ ନାହିଁ ବୋଲି କହୁଛନ୍ତି l 11 କେଭି ତାର ଟି ଘର ର ଠିକ ଉପରେ ତଳକୁ ଝୁଲି ଯାଇଥିବାରୁ ପରିବାର ଲୋକେ ସର୍ବଦା ଭୟଭୀତ ଓ ଆଶଙ୍କା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି କାଲେ କୌଣସି ଦୁର୍ଘଟଣା ଘଟିଯିବ ଭାବି ସର୍ବଦା ଚିନ୍ତିତ ରହୁଛନ୍ତି l 11 କେଭି ବିଜୁଳି ସକ ଯୋଗୁଁ କିଛି ବର୍ଷ ପୂର୍ବରୁ ଏହି ଗ୍ରାମରେ ଏକ ବଡ ଧରଣର ଦୁର୍ଘଟଣା ଘଟି ଗୋଟିଏ ପରିବାର ପ୍ରାୟ 4 ଜଣ ସଦସ୍ୟଙ୍କ ପ୍ରାଣହାନି ଘଟିଥିବା ସୂଚନା ଅଛି l ବର୍ତମାନ ଏମାନଙ୍କ ପରିବାର ସଦସ୍ୟ ସଂଖ୍ୟା ବଢ଼ୁଥିବାରୁ ଏମାନେ ଉପର ମହଲା ନିର୍ମାଣ ପାଇଁ ଯୋଜନା କରୁଛନ୍ତି ହେଲେ ଘର ଉପରେ ଯାଇଥିବା 11 କେଭି ବିଜୁଳିତାର ହିଁ ପ୍ରତିବନ୍ଧକ କରୁଛି l ଏହି ସବୁ ସମସ୍ୟା ର ସମାଧାନ ପାଇଁ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଟିପିଡ଼ବ୍ଲୁ ଓଡ଼ିଏଲ ବରଗଡ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଅନୁରୋଧ କରିବାରୁ ସେ ବିଜୁଳି ତାର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହେଲେ ସମସ୍ତ ଖର୍ଚ୍ଚ ଆବେଦନକାରୀ ଙ୍କୁ ବହନ କରିବାକୁ ପଡିଥାଏ ବୋଲି ଜଣାଇଥିଲେ ଏବଂ ସେମାନେ ବର୍ତମାନ ନିଜ ବିଭାଗ ତରଫରୁ କିଛି କରି ପାରିବୁ ନାହିଁ କହିଥିଲେ l ବର୍ତମାନ ଏ ଗରୀବ ପରିବାର ନିଜ ରୟତି ଜମି ଘର ଉପରେ ଯାଇଥିବା ତାର କୁ ସ୍ଥାନାନ୍ତର ପାଇଁ ଏତେ ଖର୍ଚ୍ଚ କିପରି ବହନ କରି ପାରିବେ? ବିଜୁଳି ବିଭାଗ ଏବିଷୟରେ ଚିନ୍ତା କରିବା କଥା ଯେ ଗୋଟେ ପରିବାର ଙ୍କ ମୁଣ୍ଡ ଉପରେ ସର୍ବଦା ଏକ ବିପଦ ଝୁଲୁଛି କେତେବେଳେ କୌଣସି ଦୁର୍ଘଟଣା ନଘଟିଯିବ କିଏ କହି ପାରିବ? ଏହି ବିପଦ ପୂର୍ଣ୍ଣ ବିଜୁଳି ତାର କୁ ଶୀଘ୍ର ଅନ୍ୟଦେଇ ସ୍ଥାନାନ୍ତର କରାଗଲେ ପରିବାର ଲୋକେ ଭୟ ରୁ ଆଶ୍ବସ୍ତି ଅନୁଭବ କରିବେ l
ରାଜ୍ୟ
ଘର ଉପରେ ଯାଇଛି 11 କେଭି ବିଜୁଳି ତାର, ଭୟରେ ପରିବାର ଲୋକେ: ସ୍ଥାନାନ୍ତର ପାଇଁ ଅନୁରୋଧ
- Hits: 777