ନୂଆପଡାରୁ ଯଶୋବନ୍ତ କୁମାର: କେନ୍ଦ୍ର ସରକାର ଚଳିତ ଅଧିବେଶନରେ ବ୍ୟଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ ୨୦୨୧ ସଂସଦରେ ଆଣିବାକୁ ଯାଉଛନ୍ତି । ଏହି ଆଇନ ଦ୍ୱାରା ୨ ଟି ସରକାରୀ ବ୍ୟଙ୍କକୁ ଘରୋଇକାରଣ କରିବା ସହଜ ହେବ । ତେଣୁ ବ୍ୟଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ ୨୦୨୧ କୁ ସର୍ବ ଭାରତରେ ବ୍ୟଙ୍କ କର୍ମଚାରୀ ଓ ଅଧିକାରୀଙ୍କ ସଂଙ୍ଗଠନ ଗୁଡିକ ବିରୋଧ କରି ଆଜି ଠାରୁ ଦୁଇଦିନ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିବା ବେଳେ ନୂଆପଡା ଜିଲ୍ଲାରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି । ୧୬ ଓ ୧୭ ତାରିଖରେ ସମସ୍ତ ସରକାରୀ ବ୍ୟାଙ୍କ ଶାଖା ସମ୍ମୁଖରେ କର୍ମଚାରୀ ଓ ଅଧିଦକାରୀମାନେ ବ୍ୟାଙ୍କ କୁ ବନ୍ଦ କରି ଧର୍ମଘଟରେ ବସିଛନ୍ତି । ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍କୁ ବିରୋଧ ଦେଶରେ ପ୍ରାୟ ୫୪ ହଜାର ବ୍ୟାଙ୍କ ଶାଖା ଏବଂ ରାଜ୍ୟର ପ୍ରାୟ ୫ ହଜାର ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ ଦିଆଯିବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଲିଛି ।
ରାଜ୍ୟ
ବ୍ୟାଙ୍କ କର୍ମଚାରୀ ଙ୍କ ଦୁଇଦିନିଆ ଧର୍ମଘଟ
- Hits: 699