ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଓକିଲ ସଂଘ ର ସଭାପତି ଶ୍ରୀଯୁକ୍ତ ଗୌନ୍ତିଆ କୁମାର ସାହୁ ଙ୍କ ନେତୃତ୍ବରେ ଓକିଲ ସଂଘ ର ଏକ ପ୍ରତିନିଧି ଦଳ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀଯୁକ୍ତ ଭିନସେଣ୍ଟ ପୁନମ୍ ଏକ୍କା ଙ୍କୁ ସାକ୍ଷାତ କରିଛନ୍ତି |ଏ ଅବସରରେ ଅଞ୍ଚଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପଦ୍ମପୁରରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କେମ୍ପକୋର୍ଟ କରି ସମସ୍ୟା ଗୁଡ଼ିକର ଯଥାଶୀଘ୍ର ସମାଧାନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ | ହମିଦ୍ ସମୟର ବିକ୍ରିନାମା ଜନିତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ପଦ୍ମପୁର ତହସିଲ ଅଫିସରେ ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି | ପଦ୍ମପୁର ସବକଲେକ୍ଟର୍ କୋର୍ଟ କୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ପଦ୍ମପୁର ଓକିଲ ସଂଘ ଅନୁରୋଧ କରିଥିଲେ ଏବଂ ଅଞ୍ଚଳର ଅନ୍ୟାନ୍ୟ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ଶ୍ରୀଯୁକ୍ତ ଏକ୍କା ଓକିଲ ସଂଘ ର ଦାବି ଉପରେ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ଏ ପ୍ରତିନିଧି ଦଳରେ ଓକିଲ ସଂଘ ର ସଂପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମାଝି,ସହ ସଂପାଦକ ଶ୍ରୀ ଚିନ୍ମୟ କୁମାର ପଣ୍ଡା, ବରିଷ୍ଠ ଓକିଲ ଆନନ୍ଦ କୁମାର ପଣ୍ଡା, ଆଶିଷ କୁମାର ମିଶ୍ର, ଆଦିତ୍ୟ କୁମାର ରଥ ଏବଂ ରୋହିତ କୁମାର ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।
ରାଜ୍ୟ
ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ଭେଟି ବିଭିନ୍ନ ଦାବି ଜଣାଇଲେ ପଦ୍ମପୁର ଓକିଲ ସଂଘ
- Hits: 518