ହେଡଲାଇନସ୍:

ଜିଲ୍ଲାସ୍ତରୀୟ ୫୯ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା ସ୍ଥିତ ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପଡିଆ ଠାରେ ଜିଲ୍ଲାସ୍ତରୀୟ ୫୯ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ୟାରେଡ଼ ଦଳର ଅଭିବାଦନ ଗ୍ରହଣ କରିଥିଲେ ।
ଉଦବୋଧନ ଦେଇ ସେ ପ୍ରଥମେ କାର୍ତ୍ତବ୍ୟରତ ଥିବାବେଳେ ଦେଶମାତୃକା ସେବାରେ ପ୍ରାଣବଳି ଦେଇଥିବା ଏବଂ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ , ଏହି ପବିତ୍ର ଦିନରେ ସେମାନଙ୍କୁ ଶ୍ରଦ୍ଧା-ସୁମନ ଅର୍ପଣ କରିଥିଲେ ।
ଏସପି ଶ୍ରୀ ଶତପଥୀ କହିଥିଲେ ଯେ , ଗୃହରକ୍ଷୀ ମାନେ ସମାଜରେ ଶାନ୍ତିଶୃଙ୍ଖଳା ଓ ନିରାପତ୍ତା ରକ୍ଷା ଦିଗରେ ଯେଭଳି ଲୋକଙ୍କ ଉପକାରରେ ଆସି ପାରିବେ , ସେ ଉଦ୍ଦେଶ ନେଇ ଏହା ଗଠନ ହୋଇଥିଲା ।
ଗୃହରକ୍ଷୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା , ବାତ୍ୟା , ଦଇବ-ଦୁର୍ବିପାକ ସହ ଘରପୋଡି , ଉଦ୍ଧାର , ରିଲିଫ , ଯୋଗାଣ ଓ କୋଭିଡ-୧୯ ମହାମାରୀ ପ୍ରଭୃତି ବିଭିନ୍ନ ସମୟରେ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ନିରବାଛିନ୍ନ ଓ ନିଃସ୍ୱାର୍ଥପର ଭାବେ ନିଜର ଗୁରୁତ୍ୱପୂର୍ଣ୍ଣ ସେବାକାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି ।
ଏମିତିକି , ବିଭିନ୍ନ କ୍ଷେତ୍ରରେ ପୋଲିସ ବାହିନୀକୁ ସାହାଯ୍ୟ ଓ ସହଯୋଗ କରି ଆସିବା ସହ ସାମ୍ପ୍ରଦାୟିକ ସଦଭାବ ରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି କହିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ , କେନ୍ଦ୍ର ଗୃହମନ୍ତ୍ରୀ , ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ହମଗାର୍ଡ ଡିଜିଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।
ଶେଷରେ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା , ଏହାକୁ ପ୍ୟାରେଡ଼ କମାଣ୍ଡର ଶ୍ରୀ ରାଜୁ ପାଢାଲ ଏବଂ ସେକେଣ୍ଡ ଇନ କମାଣ୍ଡର ଶ୍ରୀ ବଂଶୀଧର ନାୟକ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଏସଏପି. କମାନଡେଣ୍ଟ ଶ୍ରୀ ଜୁରିଆ ବେହେରାଙ୍କ ସମେତ ଏସଡିପିଓ ଶ୍ରୀ ରାମକୃଷ୍ଣ ପତି , ହୋମଗାର୍ଡ ଆରଆଇ. ଶ୍ରୀ ସତ୍ୟ ମନୋରଞ୍ଜନ ଜେନା , ସରଜେଣ୍ଟ ଶ୍ରୀ ଏମ: ଲକ୍ଷ୍ମୀ ରଞ୍ଜନ , ଡିଏସପି ଶ୍ରୀ ରାଜକିଶୋର ଦାସ , ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଇଆଇସି. ଶ୍ରୀ ବିବେକାନନ୍ଦ ସ୍ୱାଇଁ , ହେଡକ୍ବାଟର ଆରଆଇ. ଶ୍ରୀ ଡମ୍ବରୁ ଧର ହନାଗା ,ଡିଏସପି: ଏଚଆରପିସି , ଶ୍ରୀ କୈଳାଶ ଚନ୍ଦ୍ର ବୁରୁଦା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault