ହେଡଲାଇନସ୍:

ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ ସାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର: ପଦ୍ମଶ୍ରୀ ନନ୍ଦ ସାର ଓରଫ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତ। ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା ନାତି ଖଗେଶ୍ଵର ସୂଚନା ଦେଇଛନ୍ତି ।

୧୦୪ ବର୍ଷିୟ ନନ୍ଦ ସାର କିଛି ଦିନ ତଳେ କରୋନା ସଂକ୍ରମିତ ଥିଲେ । ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ନିଜର ସାର ଜୀବନ ଅର୍ଥାତ ଦିର୍ଘ ୭୫ ବର୍ଷ ହେଲା ନିସ୍ଵାର୍ଥପର ଭାବେ ଗାଁ ପିଲାଙ୍କୁ ପାଠ ପଢ଼ାଇ ଆସୁଥିଲେ । ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନଥିଲେ । ଯେଉଁଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ତାଙ୍କୁ ଆଜୀବନ ଶିକ୍ଷକତା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ । ୧୯୪୬ ମସିହାରୁ ନିଜେ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ । ଶତାୟୁ ହେଲେ ବି ସେ ପିଲାଙ୍କୁ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ଥିଲେ । ସେ ଜୀବନ କାଳ ଭିତରେ ୩ ହଜାରରୁ ଅଧିକ ପିଲାଙ୍କୁ ମଣିଷ କରିଛନ୍ତି । କିନ୍ତୁ ଶେଷରେ ନନ୍ଦ ସାର ଆଖି ବୁଜିଛନ୍ତି  । 

0
0
0
s2sdefault