ପଦ୍ମପୁର(ଶାସକପ୍ରଶାସକ)- ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ମରାମତିରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ପରେ ତଦନ୍ତ ପାଇଁ ପହଞ୍ଚି ଥିବା ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ ଓ କାମକୁ ବନ୍ଦ କଲେ । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏସଏଚ ୩.୬୯ ଠାରୁ ବୋଡାସମ୍ବର ଗାଁ ପର୍ଯ୍ୟନ୍ତ ଦୀର୍ଘ ୨.୭୩୦ କିମି ରାସ୍ତା ୭୬.୧୦ ଲକ୍ଷ ବିନିମୟରେ ୨୦୧୮ ମସିହାରେ କହ୍ନେଇଆ ଲାଲ ଅଗ୍ରୱାଲ ନାମକ ଏକ ଠିକା ସଂସ୍ଥା ତିଆରି କରିଥିଲା । ରାସ୍ତା ତିଆରି ର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକା ସଂସ୍ଥାର ଥିଲେ ମଧ୍ୟ ସେ କାମ କରିନଥିଲା ଫଳରେ ଗ୍ରାମବାସୀ ବହୁ ଅସୁବିଧା ସମ୍ମୁଖୀନ ହେଉଥିଲେ । ଏ ବିଷୟରେ ଶାସକପ୍ରଶାସକରେ ଖବର ପ୍ରକାଶିତ ହେବାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ପରତା ଦେଖାଇ ଉକ୍ତ ଠିକା ସଂସ୍ଥାକୁ ମରାମତି ପାଇଁ ଆଦେଶ ଦେଲେ ଓ ସେ କାମ ମଧ୍ୟ ଆରମ୍ଭ କଲା । ହେଲେ ବିଡମ୍ବନାର ବିଷୟ ଠିକା ସଂସ୍ଥା ଲୋକ ଦେଖାଣିଆ କାମ ଆରମ୍ଭ କରି ଅତି ନିମ୍ନ ମାନର କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ନିମ୍ନ ମାନର ଗୋଟି ତଥା ବହଳିଆ ଗେଟିର ପ୍ରଲେଲ ବଦଳରେ କମ ପରିମାଣର ଗେଟି ଦେବା ସହ କମ ପରିମାଣର ପିଚୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଏଭଲି ନିମ୍ନ ମାନର କାମ କଲେ କମ ଦିନ ମଧ୍ୟ ପୁଣି ରାସ୍ତାରୁ ଉଠିଯିବ ଏବଂ ଲୋକମାନେ ପୁଣି ସେହି ଅସୁବିଧାର ସମ୍ମୁଖୀନ ହେବେ । ଠିକାଦାର ଚତୁରତା ସହ ନିମ୍ନ ମାନର କାମ କରି ବିଲ ହାତେଇବା ପାଇଁ ପ୍ରୟାସ କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏହି ସବୁ ଅଭିଯୋଗ ହେବାପରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ପଦ୍ମପୁରର ଅଧିକାରୀ ତଦନ୍ତ ପାଇଁ ଘଟଣା ସ୍ଥଳକୁ ପହଞ୍ଚି ଥିଲେ ଗ୍ରାମବାସୀ ଏହି ଅଧିକାରୀଙ୍କୁ ନିମ୍ନ ମାନର କାମ ବିଷୟରେ ପଚାରିଥିଲେ । ସରକାର ତ ସବୁ କାମ ଠିକ ଭାବରେ ହେବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ହେଲେ ଠିକାଦାର ଓ ଯନ୍ତ୍ରୀ ମନମୁଖି କାମ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ଏବଂ ଯେ ପର୍ଯ୍ୟନ୍ତ ସଠିକ କାମ ନ ହେବ ସେ ପର୍ଯ୍ୟନ୍ତ କାମ ବନ୍ଦ ରହିବ ବୋଲି କାମ ବନ୍ଦ କରିଛନ୍ତି ।
ରାଜ୍ୟ
ନିମ୍ନ ମାନର ରାସ୍ତା କାମ ବିଭାଗୀୟ ଅଧିକାରୀଙ୍କୁ ଘେରିବା ସହ କାମ ବନ୍ଦ କଲେ ଗ୍ରାମବାସୀ ।
- Hits: 2361