ହେଡଲାଇନସ୍:

ବନବିଭାଗ ପକ୍ଷରୁ କାଠ ବୋଝେଇ ଟ୍ରକ ଜବତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦୁଝର,ତା୧୮/୧୨- ଘଟଗାଁ ରେଞ୍ଜ୍ ଢେଙ୍କିକୋଟ ଜଙ୍ଗଲ ସେକସନ ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ବିଜାନାଳୀ ଛକ ନିକଟରେ ବନ ବିଭାଗ ଏକ କାଠ ବୋଝେଇ ଟ୍ରକକୁ ଜବତ କରିଛି l କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ନିର୍ଦ୍ଦେଶରେ ଘଟଗାଁ ରେଞ୍ଜର ସରୋଜ କୁମାର ମିଶ୍ର, ବନପାଳ ବିଶ୍ୱ ମୋହନ ମିଶ୍ର, ଢେଙ୍କିକୋଟ ବନପାଳ ଅକ୍ଷୟ ମହାନ୍ତି, ପିପିଳିଆ ବନରଖି ଶିବ ହାଁସଦା, ଓ ପାରା କର୍ମଚାରୀ ଉକ୍ତ ଟ୍ରକ୍ କୁ ଜବତ୍ କରିଛନ୍ତି l ଟ୍ରକରେ ୩୩ ଟନ ୟୁକାଲିସ ପଟାସ କାଠ ଭର୍ତ୍ତି ହୋଇଥିଲା l ତେବେ ଚାଲାଣ କାଠର କାଗଜପତ୍ର ଅଛିକି ନାହିଁ ତାହା ତଦନ୍ତପରେ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି l

0
0
0
s2sdefault