ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାରେ କାର୍ଯ୍ୟରତ ହେଡ କନେଷ୍ଟବଳ ତଥା ଲେଖନକାର ପ୍ରଦୀପ କୁମାର ଦାସ(୪୮)ଙ୍କ ଅକାଳ ବିୟୋଗରେ ଓଡ଼ଗାଁ ଥାନା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଏବଂ ଆଇଆଇସି ଅଭୟ ବେହେରା, ଏସ ଆଇ ଚକ୍ରଧର ସିଂ, ଏଏସ ଆଇ ବୈକୁଣ୍ଠନାଥ ସ୍ବାଇଁ, ଟିକୁ ବାଳା ବେହେରା, ଦେବରାଜ ମଲିକଙ୍କ ସହିତ ଅନ୍ୟ ସହକର୍ମୀ ପୋଲିସ କର୍ମଚାରୀ ମାନେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଶରୀର ଅସୁସ୍ଥ କାରଣରୁ ପ୍ରଦୀପ ଦାସ କିଛି ଦିନ ହେବ ଚିକିତ୍ସାଧିନ ଥିଲେ । ଗୁରୁବାର ସକାଳ ୭ ବେଳେ ଅଧିକ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଓଡ଼ଗାଁ ଥାନାରେ ୪୨/୨୦୨୫ ରେ ଅପମୃତ୍ୟୁ ମାମଲା ରୁଜୁ ହେବା ପରେ ଶବବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରୀ ସ୍ୱର୍ଗଦ୍ୱାରରେ କରାଯାଇଛି । ଘରେ ତାଙ୍କର ବୁଢି ମା' ସହିତ ସ୍ତ୍ରୀ ଏବଂ ପୁଅଝିଅ ଅଛନ୍ତି ।
ରାଜ୍ୟ
ମୁଖ୍ୟ କନେଷ୍ଟବଳ ଲେଖନକାରଙ୍କ ଅକାଳ ମୃତ୍ୟୁ
- Hits: 10











