କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀମୂର୍ତ୍ତୀ ତଳେ ଧାରଣା।
କେନ୍ଦୁଝର,ତା୧୮/୧୨- କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମା ଗାନ୍ଧୀ ମୂର୍ତ୍ତୀ ତଳେ ଏକ ପ୍ରତିବାଦ ଧାରଣା ଆୟୋଜିତ ହୋଇଥିଲା।
ନ୍ୟାସନାଲ୍ ହେରାଲ୍ଡ ମାମଲାରେ ୧୦ ବର୍ଷ ଧରି ED ଓ CBI ଭଳି କେନ୍ଦ୍ରୀୟ ଏଜେନ୍ସୀଗୁଡ଼ିକୁ ଦୁରୁପଯୋଗ କରି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ମାନହାନୀ କରାଯାଇଥିବା ଚକ୍ରାନ୍ତ ପାଇଁ ବିଜେପି ଦେଶବାସୀଙ୍କ ନିକଟରେ କ୍ଷମା ମାଗିବା ଦାବି କରାଯାଇଥିଲା। ଯାହାକି ମିଥ୍ୟl କେଶ ଆରୋପ ଲଗାଇଥିଲେ, ତାହା ମିଛ ବୋଲି ପ୍ରମାଣିତ ହୋଇଛି। ଯାହା ଫଳରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କର ସମ୍ମାନ କ୍ଷୁର୍ଣ୍ଣ ହୋଇଛି। ଶହେ ପଚାଶ ବର୍ଷର କଂଗ୍ରେସ ଦଳକୁ ବଦନାମ କରିବାକୁ ମାମଲା ସବୁ ମିଥ୍ୟl ପ୍ରମାଣିତ ହେବା ପରେ ନ୍ୟାୟପାଳିକା ଏହାକୁ ମନଗଢା କେଶ ଖାରଜ କରିଛନ୍ତି। ଏହାକୁ ସମ୍ମାନ ଜଣାଇ ଧାରଣାରେ କଂଗ୍ରେସ କର୍ମୀମାନେ ବସିଥିଲେ। ଏହି ଧାରଣାରେ ପୂର୍ବତନ ପିସିସି ସଭାପତି ମନ୍ତ୍ରୀ ଶ୍ରୀ ଜୟଦେବ ଜେନା,ପୂର୍ବତନ ପିସିସି ସାଧାରଣ ଆଲୋକ ମିଶ୍ର, ଆଦିବାସୀ ରାଜ୍ୟ ସଭାପତି ଯଶୋବନ୍ତ ଲାଗୁରୀ, ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ, ପୂର୍ବତନ ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସଭାପତି ମୋହନ ପରିଡା, ପ୍ରତିଭା ମଞ୍ଜରୀ ନାୟକ, ନିର୍ମଳ ନାୟକ, ଉତ୍ତମ କୁମାର ସାହୁ,ଶୁଭମ ରାଜ, ଲଳିତ ମୋହନ ନାୟକ, ସୁଢଳ କୁମାର ସେଠୀ, ରଘୁନାଥ ପାତ୍ର, କ୍ଷୀରୋଦ ପାତ୍ର, ସବିତା ସାହୁ, ସୋନାଲି ମାରାଣ୍ଡି, ଦୀନେଶ ରାଉତ, ଐତିହ୍ୟ ଦିବ୍ୟ ସିଂହ ପ୍ରଭୃତି ଯୋଗ ଦେଇଥିଲେ l











