ହେଡଲାଇନସ୍:

କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକାଙ୍କର ଅସ୍ୱାଭାବିକ ମୃତ୍ୟୁ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ହତ୍ୟା ଆରୋପରେ ଗିରଫ ହୋଇ ଜେଲ ଗଲା ଜିଲ୍ଲା ଟ୍ରକ ମାଲିକ ସଂଘ କୋଷାଧ୍ୟକ୍ଷ ରୁଦ୍ର ମିଶ୍ର।

କେନ୍ଦୁଝର,ତା୧୮/୧୨- କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକା ପ୍ରିୟଙ୍କା ଦାଶ(୨୪)ଙ୍କର ଅସ୍ୱାଭାବିକ ମୃତ୍ୟୁ ନେଇ ହଇଚଇ ସୃଷ୍ଟି ହୋଇଛି। ବେକରେ ଚିହ୍ନ ଦେଖି ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କେନ୍ଦୁଝର ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ଅତିଥି ଅଧ୍ୟାପିକା ପ୍ରିୟଙ୍କା ଦାଶ ଗତ ୨ବର୍ଷ ପୂର୍ବେ ଏଠାରେ ନିଯୁକ୍ତି ପାଇ ଅଧ୍ୟାପନା କରୁଥିଲେ। ତାଙ୍କ ଘର ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ତାଳପଦା ଗାଁରେ । ସକାଳେ ପ୍ରିୟଙ୍କା, ନିଜ ରହିବା ଘର ଚାବି ବନ୍ଦ କରି କଲେଜ ଯିବା ସମୟରେ ହଠାତ୍ ତଳେ ପଡି ଯାଇଥିଲେ ବୋଲି ଜଣେ ଅଧ୍ୟାପକ ତାଙ୍କ ଘରକୁ କଲ୍ କରି କହିଥିଲେ। ଏହା ପରେ ରୁଦ୍ର ମିଶ୍ର ଟ୍ରକ ମାଲିକ ସଂଘ କୋଷାଧ୍ୟକ୍ଷ ତାଙ୍କୁ ଡାକ୍ତରଖାନାରେ ନିଜ କାରରେ ନେଇ ଥିଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏପଟେ ଘର ଲୋକେ ଫୋନ୍ ପାଇ ବାଲେଶ୍ବରରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ହେଲେ ସେଠାରେ ସେମାନେ ମୃତ ପ୍ରିୟଙ୍କାଙ୍କ ଗଳାରେ ଏକ ଚିହ୍ନ ଥିବା ସେମାନେ ଅଭିଯୋଗ କରି ରୁଦ୍ର ମିଶ୍ର ନାମରେ ହତ୍ୟା ଆରୋପ ଆଣିଥିଲେ । କେନ୍ଦୁଝର ଟାଉନ୍ ଥାନାରେ ସେମାନେ ଏକ ଲିଖିତ ଏତଲା ଦେଇଛନ୍ତି l ଘର ଲୋକଙ୍କୁ ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଅଧ୍ୟାପକ କହିଥିଲା କିନ୍ତୁ ସେ ରୁଦ୍ର ମିଶ୍ର ବୋଲି ସେମାନେ କହିଛନ୍ତି। ଏହି ରୁଦ୍ର ତାଙ୍କ ଝିଅ ପଛରେ ପଡ଼ିଥିଲା ତେଣୁ ମାଇନିଂରେ ଥିବା ନିଜ ଘରକୁ ଡାକି ନେଇ ହତ୍ୟା କରିଥିବା ପ୍ରିୟଙ୍କାଙ୍କ ଦାଦା ଏତଲାରେ ଲିଖିତ ଦେଇଛନ୍ତି।ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ ଦଣ୍ଡବିଧାନ କରିବାକୁ ସେ ନିବେଦନ କରିଛନ୍ତି। ଏପଟେ ପୁରୁଣା ବଜାରରେ ରୁଦ୍ରଙ୍କ ଘର ପାଖ କିଛି ଲୋକ ଆଲୋଚନା କରୁଛନ୍ତି କି ରୁଦ୍ର ମିଶ୍ରଙ୍କ ନିକଟରେ ବିବାହ ଲାଗି ଆୟୋଜନ ହେଉଥିଲା ତେବେ ପ୍ରିୟଙ୍କା ଦାଶ କିପରି ଆସିଲେ ଆଉ କେହି ହତ୍ୟା କରିଥାଏ ବୋଲି ସେମାନେ ଆଶଙ୍କା କରିଛନ୍ତି। ତେବେ ପୋଲିସ ଅଧିକ ତଦନ୍ତ କରୁଛି ଆଜି ରୁଦ୍ର ମିଶ୍ରଙ୍କୁ ଜେଲ ପଠେଇ ଦିଆଯାଇଛି।

0
0
0
s2sdefault