ମାହାଙ୍ଗା ବ୍ଲକ୍ ରାହାଣିଆ ଗ୍ରାମ ପଞ୍ଚାୟତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍ଘାଟନ ସହ ସ୍ୱୟଂସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଅନୁଷ୍ଠିତ।
ମାହାଙ୍ଗା(ସପ୍ତଜ୍ୟୋତି ରାଉଳ): ରାହାଣିଆ ପଞ୍ଚାୟତରେ ବିବିଧ ଜନ କଲ୍ୟାଣ ପ୍ରକଳ୍ପ ଗୁଡିକ ଲୋକାର୍ପିତ ହେବାସହ କାଳିଅଣ୍ଟି ଠାରେ ମିଶନଶକ୍ତି ଜରୀଆରେ ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି !
ସ୍ଥାନୀୟ ବିଧାୟକ ତଥା ଆଇନ, ପାନୀୟଜଳଯୋଗାଣ, ପଞ୍ଚାୟତରାଜ, ନଗରଉନ୍ନୟନ ଓ ଗୃହ ନିର୍ମାଣମନ୍ତ୍ରୀ ପ୍ରତାପ ଜେନା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ନାରୀ ସଶକ୍ତିକରଣ ଆମ ସରକାରଙ୍କ ବଡ଼ ସଫଳତା ବୋଲି କହିଥିଲେ !
ଏହି ପଞ୍ଚାୟତର ଜାତି ପାରିଲୋ ଠାରେ "ଆମ ଗାଁ' ଆମ ବିକାଶ" ଯୋଜନାରେ ନିର୍ମିତ କୋଠଘରକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିଥିବା ବେଳେ "ମାଆ ନିମେଇଶୁଣି ପୀଠ"ରେ ନିର୍ମିତ ନୂତନ ମଣ୍ଡପ ଓ ଗୃହକୁ ଲୋକାର୍ପଣ କରାଯାଇଥିଲା !
ସେହିପରି ଗୋକଳପୁର ଠାରେ ଥିବା ରାହାଣିଆ ସମବାୟ ସମିତିର ନବନିର୍ମିତ ଗୃହ ଉଦଘାଟିତ ହୋଇଥିଲା |
କାଳିଅଣ୍ଟି ଠାରେ ବସୁଧା ଯୋଜନାରେ ନିର୍ମିତ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପିଇବାପାଣି ପ୍ରକଳ୍ପ,ସେହି ଗ୍ରାମରେ ଏକ ଅଙ୍ଗନବାଡି ଗୃହ, ଠାକୁରାଣୀ ମଣ୍ଡପ ଏବଂ ମନ୍ତ୍ରୀ ଉଦଘାଟନ କରିଥିଲେ |
ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମାନ ଶରତ ନାୟକ, ଭାଇସ ଚେୟାରମ୍ୟାନ ରସିଦା ବେଗମ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜିଲାପରିଷଦ ସଭ୍ୟା ଅନ୍ନପୁର୍ଣ୍ଣା ବେହେରା, ସରପଞ୍ଚ କାର୍ତ୍ତିକ ଜେନା, ସମିତିସଭ୍ୟା ପ୍ରମିଳା ବେହେରା, ହୃଷିକେଶ ବେହୁରା, ପଞ୍ଚାୟତ ବିଜେଡି ସଭାପତି ଯୁଗଳ ସାମଲ,ପର୍ଯ୍ୟବେକ୍ଷକ ବିନୟ ବଳ,ଧନଞ୍ଜୟ ସାହୁ, ନିହାର ସ୍ୱାଇଁ, ଅମୀୟ ବରାଳ ପ୍ରମୁଖ ସାମିଲ ହୋଇଥିଲେ |
ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଜେନା କହିଲେ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱଦେଇ ଆସିଛନ୍ତି | ସେଥିପାଇଁ ଗ୍ରାମାଞ୍ଚଳରେ ନାରୀ ସଶକ୍ତିକରଣ ଯୋଜନା ବିକାଶର ନୂଆ ଇତିହାସ ସୃଷ୍ଟି କରିଛି |
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ପ୍ରମୋଦିନି ଦାଶ ପୌରହିତ୍ୟ କରିଥିଲେ | ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା କନକଲତା ବେହେରା, ବ୍ଲକ ମହିଳା ଫେଡେରେସନ ସଭାପତି ସସ୍ମିତା ଦାସ, ସଂପାଦିକା ସୁସ୍ମିତା ମହାନ୍ତି,ରୋଜାଲିନ ଦାସ, ଜୟନ୍ତୀ ସାହୁ,ଆରତୀ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ |