କଲ୍ୟାଣସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକର ଆଦିବାସୀ ବହୁମୁଖୀ ସମବାୟ ସମିତି ଲି ର କର୍ମଚାରୀ ୫ଦଫା ଦାବୀ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ଓଡିଶା ସମବାୟ ସମିତି ର ମହାସଂଘର ସମ୍ପାଦକ ନିଲମ୍ବର ନାୟକ ଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ସମବାୟ ସମିତି ର ଶାଖା ପରିଚାଳକ ସିହେଚ କୋଟେଶ୍ୱର ରାଓ ଙ୍କ ନେତୃତ୍ୱରେ ୫ଦଫା ଦାବି ନେଇ ଚଳିତ ମାସ ୧୪ ତାରିଖ ଠାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ।ଦାବୀ ଗୁଡିକ ହେଲା ସିଓ ପଦବୀ ବନ୍ଦ କରାଯାଉ, ଲ୍ୟାମ୍ପ କର୍ମଚାରୀ ଙ୍କୁ ସରକାରୀ ପଦବୀ ,ସପ୍ତମ ବେତନ ଲାଗୁ କରାଯାଉ, ବୀମା ଅନ୍ତର୍ଭୁକ୍ତ କରାଯାଉ ଓ ପଦର୍ଣ୍ଣତି ଦିଆଯାଉ ବୋଲି ଉଲ୍ଲେଖ କରିଛନ୍ତି ।ଏଥିରେ ଲ୍ୟାମ୍ପ ର ଆସିପୁ ନୀଳକଣ୍ଠ, ସିଲା ନିରଞ୍ଜନ,ତାରିଣୀ ପ୍ରସାଦ ତ୍ରିପାଠୀ, ବିଭୀଷଣ ବିଶୋଇ ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ରାଜ୍ୟ
କଲ୍ୟାଣସିଂହପୁର ଲ୍ୟାମ୍ପ କର୍ମଚାରୀ ଙ୍କ ଧାରଣା
- Hits: 427