ଭୁବନେଶ୍ୱର : "ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଜଣେ ବରିଷ୍ଠ ଆଇନ୍ଜୀବୀ ଯିଏ କି ଆଇନ୍କୁ ଭଲ ଭାବେ ଜାଣନ୍ତି । ମୁଁ ତାଙ୍କ ଭଳି ଜଣେ ବରିଷ୍ଠ କିମ୍ବା ଅଭିଜ୍ଞ ନୁହେଁ, କିନ୍ତୁ ମତେ ଖରାପ ଲାଗୁଛି ଯେ ଏଭଳି ଜଣେ ବରିଷ୍ଠ ଆଇନ୍ଜୀବୀଙ୍କୁ ଓଡିଶା ବିଜେପି ନିଜର ସଙ୍କୀର୍ଣ୍ଣ ରାଜନୈତିକ ଏଜେଣ୍ଡା ପାଇଁ ପରିହାସର ପାତ୍ରରେ ପରିଣତ କରିଦେଇଛି " ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ଶ୍ରୀ ଆଚାର୍ଯ୍ୟଙ୍କ ବକ୍ତବ୍ୟର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି" ସେ ଏବେ ନିଜକୁ ଅଭିଶାପ ଦେଉଥିବେ ଯେ ସେ କାହିଁକି ଓଡିଶା ବିଜେପିରେ ଯୋଗଦେଲେ ଏବଂ ଏଭଳି ମିଥ୍ୟା ବିବୃତ୍ତି ଦେଇ ନିଜର ଆଇନ୍ ବୃତ୍ତିକୁ କାହିଁକି ଅସମ୍ମାନ କରୁଛନ୍ତି ।
ଯଦି ଏହିପରି ସେ ଜାରି ରଖନ୍ତି, ତେବେ ସେ ନିଜର ମହକିଲଙ୍କର ବିଶ୍ୱସନୀୟତା ହରାଇବେ । ଓଡିଶା ବିଜେପିରେ ତାଙ୍କର ଏଭଳି ସ୍ଥିତି ଦେଖି ମୋତେ ଦୟା ଆସୁଛି" ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ
ପୀତାମ୍ବରଙ୍କୁ ପରିହାସର ପାତ୍ର କରିଦେଲାଣି ବିଜେପି: ବିଜେଡି
- Hits: 553