ଭୁବନେଶ୍ୱର : ନଭେମ୍ବର 30, 2021 ପରେ ବି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନଭେମ୍ବର 30, 2021 ପରେ ବି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୮ ମାସ ପାଇଁ ଚାଉଳ ଯୋଗାଇ ଦେବାକୁ ପାତ୍ରରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୭ ମାସ ପାଇଁ ଚାଉଳ ଯୋଗାଇ ଦେଇଥିଲେ କେନ୍ଦ୍ର ସରକାର । ଚଳିତବର୍ଷ ମେ’ରୁ ନଭେମ୍ବର ପର୍ଯ୍ୟନ୍ତ ଚାଉଳ ଯୋଗାଣକୁ ବୃଦ୍ଧି କରାଯାଇଥିଲା । ତାହାର ଅବଧି ସାରିବାକୁ ଯାଉଥିବା ବେଳେ ଅଦ୍ୟାବଧି କରୋନାର ପ୍ରଭାବ ରହିଥିବାରୁ ଏହାକୁ ନଭେମ୍ୱର ୩୦ ପରେ ଆଉ ୮ ମାସ ଯାଏଁ ଜାରି ରଖିବାକୁ ଅନୁରୋଧ କରିଛନ୍ତି ନବୀନ । ସରକାରଙ୍କ ପାଖରେ ପର୍ଯ୍ୟପ୍ତ ଖାଦ୍ୟାନ୍ନ ମହଜୁଦ ଥିବାରୁ ଏଥିନେଇ ବିଚାର କରିବାକୁ କହିଛନ୍ତି ନବୀନ ପଟ୍ଟନାୟକ ।
ରାଜ୍ୟ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜାରି ରଖିବାକୁ ମୋଦିଙ୍କୁ ପତ୍ର ଲେଖିଲେ ନବୀନ
- Hits: 492