ହେଡଲାଇନସ୍:

ମୂଖ୍ୟମନ୍ତ୍ରୀ ଲୋକାର୍ପିତ କଲେ ଭାର୍ଗବୀ ନଦୀ ଉପରେ ସେତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀରୁ କୁମାର ଅଭିଶେଖଙ୍କ ରିପୋର୍ଟ :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ପୁରୀ ସଦର ବ୍ଲକ୍ ଅନ୍ତର୍ଗତ ଭାର୍ଗବୀ ନଦୀ ଉପରେ ଗୋକୁଳପୁର ସେତୁର ଉଦଘାଟନ କରିଛନ୍ତି  । ରାଜ୍ୟ ସଚିବାଳୟ ଠାରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସେତୁକୁ ଉଦଘାଟନ କରିଥିଲେ  । ଏହାସହିତ ବାସୁଦେଇପୁର ଠାରେ ଏକ ୩୩/୧୧ କେଭି ପ୍ରାଇମେରୀ ସବ୍ ଷ୍ଟେସନ୍ ପାଇଁ ଭିତି ମଧ୍ୟ ଦେଇଥିଲେ  । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରାମାଂଚଳର ଭିତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ କାମ କରୁଛନ୍ତି ଏବଂ ଏହାଦ୍ୱାରା ଗାଁ ଓ ସହର ମଧ୍ୟରେ ଥିବା ପାର୍ଥକ୍ୟ କମି ପାରିଛି  । ଗାାଁରେ ପକ୍କା ଘର , ବିଜୁଳି , ପିଇବା ପାଣିର ସୁବିଧା ଆଦି କାର୍ଯ୍ୟକ୍ରମ ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରି ସାଧାରଣ ଲୋକଙ୍କୁ ସୁବିଧା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ  । 

ଏହି କାର୍ଯ୍ୟକ୍ରମରେ ପୁରୀ ସଦର ବ୍ଲକ୍ ସ୍ଥିତ ଉଦଘାଟନ ସ୍ଥାନରେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ସଂଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ରହି ଏହି ବିକାଶ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ  । ଉପସ୍ଥିତ ଜନ ସାଧାରଣଙ୍କ ପକ୍ଷରୁ ବରିଷ୍ଠ  ନାଗରିକ ଭଗବାନ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ  । ସଚିବାଳୟ ଠାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର , ଶକ୍ତି ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ  । ଭିର ପ୍ରାଇମେରୀ ସବଷ୍ଟେସନ ପାଇଁ ମଧ୍ୟ ୩.୯ କୋଟି  ତାଙ୍କର  ଭିତିପ୍ରସ୍ତର ସ୍ଥାପନ କରିଥିଲେ  । ଗୋକୁଳପୁର ସେତୁ ପାଇଁ ୬.୩୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବାସୁଦେବପୁର ପ୍ରାଇମେରୀ ଲାଗି ପାଇଁ ୩.୯କୋଟି  ଟଙ୍କା ଆକଳନ କରାଯାଇଛି । ଏହି କାର୍ଯକ୍ରମର ସଦର ବ୍ଳକ୍ ଅନ୍ତର୍ଗତ ଉଦ୍ଘାଟନ ସ୍ଥଳରେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ସଞ୍ଜୟ ଦାଶବର୍ମା ଉପସ୍ଥିତ ଥିଲେ  ।

 

 

 

0
0
0
s2sdefault