ହେଡଲାଇନସ୍:

ରାସ୍ତା ଅବସ୍ଥା ଶୋଚନୀୟ, ଲୋକ ହନ୍ତସନ୍ତ : କାମସାରିଦେଇ ଠିକାଦାର ଯନ୍ତ୍ରୀ ନିଶ୍ଚିନ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ରାସ୍ତା ତିଆରି ହେଲା | ଲୋକ ଯିବା ଆସିବା କଲେ, ଠିକାଦାର ମଧ୍ୟ ତାଙ୍କ ବିଲ ପାଇଲେ । ସମସ୍ତଙ୍କ ମୁଣ୍ଡରୁ ଦାୟିତ୍ୱ ଗଲା ପରିକା ଆଉ ରାସ୍ତାକୁ ଲେଉଟି ଦେଲେଣି ଠିକାଦାର କିମ୍ବା ବିଭାଗୀୟ ଯନ୍ତ୍ରୀ । ଭୁଲିଯାଇଛନ୍ତି ସେ ରାସ୍ତା ଅଛି ବୋଲି, ହେଲେ ରାସ୍ତାର ଦୁରାବସ୍ଥା ଯୋଗୁ ଲୋକ ହନ୍ତସନ୍ତ | ଏଭଲି ଏକ ଘଟଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୋଡାସମ୍ବର ଗାଁରେ ।
ଗ୍ରାମ୍ୟ ଉନ୍ନୟନ ବିଭାଗ ପଦ୍ମପୁର ତରଫରୁ ଏସଏଚ ୩.୬୯ ଠାରୁ ବୋଡାସମ୍ବର ଗାଁ ପର୍ଯ୍ୟନ୍ତ ଦୀର୍ଘ ୨.୭୩୦ କିମି ରାସ୍ତା ୭୬.୧୦ ଲକ୍ଷ ବିନିମୟରେ ୨୦୧୮ ମସିହାରେ ତିଆରି କରାଗଲା । ରାସ୍ତା ତିଆରି ପାଇଁ କହ୍ନେଇଆ ଲାଲ ଅଗ୍ରୱାଲ ନାମକ ଏକ ଠିକାଦାରଙ୍କୁ ଦିଆଗଲା । ମାର୍ଚ୍ଚ ୧୭ ତାରିଖ କାମ ଆରମ୍ଭ ହୋଇ ସେହିବର୍ଷ ଡିସେମ୍ବର ୧୬ ତାରିଖ ଦିନ କାମ ସମ୍ପୂର୍ଣ୍ଣ ହେଲା । ରାସ୍ତାର ତିଆରି ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୭.୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ବର୍ତ୍ତମାନ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଲାଣି । ରାସ୍ତାରେ ପିଚୁ ଉଠି ଯାଇ ସ୍ଥାନେ ସ୍ଥାନେ ଗାତ ସୄଷ୍ଟି ହେବାରେ ଲାଗିଲାଣି । ଯଦ୍ବାରା ଲୋକଙ୍କ ଯିବା ଆସିବାରେ ଅସୁବିଧା ହେବା ସହ ଦୁର୍ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା ଏଭଲି ଦୟନୀୟ ଅବସ୍ଥାରେ ଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୌଣସି ପ୍ରକାର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉନାହିଁ । ଯଥାଶୀଘ୍ର ରାସ୍ତା ମରାମତି କରାନଗଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

0
0
0
s2sdefault