ଏକର ଏକର ଚାଷ ଜମି ନଷ୍ଟ ; ଚେଇଁ ଶୋଇଲା ଭଳି ଅଭିନୟ କରୁଛନ୍ତି ଡ୍ରେନେଜ ବିଭାଗ ଯନ୍ତ୍ରୀ ।
ନିଶ୍ଚିନ୍ତକୋଇଲି/ମାହାଙ୍ଗା(ଶାସକ ପ୍ରଶାସକ) -ରାଜ୍ୟ ସରକାର ରାତି ପାହିଲେ ଯୋଜନା ଉପରେ ଯୋଜନା କରିବାରେ ବ୍ୟସ୍ତ । ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଠାରୁ ଆରମ୍ଭ କରି ୫ଟି ଯୋଜନା କରି ବିକାଶ କାମକୁ ଧାର୍ଯ୍ୟ ସମୟ ଭିତରେ ସ୍ୱଚ୍ଛତାର ସହ କରିବା ପାଇଁ କହୁଥିଲେ ମଧ୍ୟ କଟକ ଡ୍ରେନେଜ ବିଭାଗ ଉପରେ ୫ଟି ଓ ମୋ ସରକାର ଯୋଜନା ଲାଗୁ ତ !!
କଟକ ଡ୍ରେନେଜ ବିଭାଗ ଉପରେ ୫ଟି ଓ ମୋ ସରକାର ଯୋଜନା ଉପହାସର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଡ୍ରେନେଜ ବିଭାଗ ତଥା କଟକ ଜଳ ନିକାସ ବିଭାଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ରହିଥିବା 16 ନଂ ପାଟନାଳୀ ରେ । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳର ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳ ସୁକରପଡା, କଟରପଡା,ବୁହାଳ,ମାହାଙ୍ଗା ବ୍ଲକ ଅଞ୍ଚଳ ଗୋତରା ପଂଚାୟତ ଆପିଲୋ ଗ୍ରାମ, ହଲଧରପୁର,ଝାଡେଶ୍ୱରପୁର, ଚୁଁଗୁଡ଼ିଆମୁହଁ, ଭଦରେସ୍ୱର ଆଦି ବହୁ ଅଂଚଳ ର ଦେଇ ଏହି 16 ନଂ ଡ୍ରେନେଜ ପଟନାଳୀ ଟି ପ୍ରବାହିତ ହେଉଅଛି । ଏହି 16 ନଂ ଡ୍ରନେଜ ସଫେଇ ଠାରୁ ଆରମ୍ଭ କରି ମରାମତି , ଗାର୍ଡୱାଲ ନିର୍ମାଣ, ପୋଲ ନିର୍ମାଣ ପାଇଁ ସରକାରୀ ରାଜକୋଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ମଞ୍ଜୁର ହେଉଅଛି । ହେଲେ ଏହାର ସଫେଇ ହେବା ନାଁ ରେ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ହରିଲୁଟ କରାଯାଉଛି ଫଳରେ ଚାଷୀମାନେ ଚାଷ କାର୍ଯ୍ୟ କରିବା ନିମନ୍ତେ ନାନା ଅସୁବିଧାର ସମୁଖୀନ ହେଉଛନ୍ତି । ଏହି ଅଞ୍ଚଳଟି ଖୋଦ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଂଚଳ ହୋଇଥିବାରୁ ଚାଷୀମାନେ ଏଭଳି ଦୁଃଖକୁ ସହ୍ୟ କରିପାରୁନାହାନ୍ତି । ଡ୍ରେନେଜ ବିଭାଗ ଅପାରଗତା ଯୋଗୁଁ ଏହି ଡ୍ରେନେଜ ପାଣି ସଟରଟି କେତେବେଳେ କିଏ ପକାଉଛି ତାହା କାହାକୁ ଜଣାଯାଇନାହିଁ । ଫଳରେ ଗୋତରା ଗ୍ରାମ ପଂଚାୟତ ଆପିଲୋ ଗ୍ରାମର ଏକର ଏକର ଚାଷ ଜମି ଜଳମଗ୍ନ ହୋଇ ଚାଷଜମି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏ ସମ୍ପର୍କରେ ଚାଷୀଭାଇ ମାନେ ଡ୍ରେନେଜ ବିଭାଗ ଠାରୁ ଆରମ୍ଭ କରି ମାହାଙ୍ଗା ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଡ୍ରେନେଜ ପାଟନାଳୀ ପାଣି ପଶିବା ଫଳରେ ଚାଷୀମାନ ଙ୍କ ଏକର ଏକର ଚାଷ ଜମି ଏବେ ଧାନ ତୋଡ ବାହାରୁଥିବାରୁ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଚାଷୀମାନେ ବ୍ୟାଙ୍କ ରୁ ଋଣ କରଜ ଆଣି ଚାଷ କାର୍ଯ୍ୟ କରିଥିଲେ । କିନ୍ତୁ ଡ୍ରେନେଜ ବିଭାଗର ଦାୟିତ୍ୱହୀନତା ପାଇଁ ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଡ୍ରେନେଜ ବିଭାଗ ତରଫରୁ ତଦନ୍ତ କରାଯିବା ସହ ମନ୍ତ୍ରୀ ପ୍ରତାପ ଜେନା ଏହା ଉପରେ ହସ୍ତକ୍ଷେପ କରି ଚାଷୀମାନ ଙ୍କୁ ସେମାନଙ୍କ କ୍ଷୟକ୍ଷତି ବାବଦ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ଚାଷୀମାନେ ଦାବି କରିଛନ୍ତି । ନଚେତ ଚାଷୀମାନେ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ କରିବା ସହ କଟକ ଡ୍ରେନେଜ ବିଭାଗ ଅଫିସ ଘେରାଉ କରିବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି ।