ହେଡଲାଇନସ୍:

ଘର ଘର ବୁଲି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶବ୍ୟାପୀ କୋଭିଡ୍ ମହାମାରୀ ଏ ପର୍ଯ୍ୟନ୍ତ ଥମିବାର କୌଣସି ନାଁ ନେଉନି । ଗଜପତି ଜିଲ୍ଲାରେ ମଧ୍ୟ ଏହି କୋଭିଡ୍ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ କୋଭିଡ୍ ମୁକ୍ତ ହୋଇନାହିଁ ।

ତେଣୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଗଜପତି ଜିଲ୍ଲାରେ ଗ୍ରାମରେ ଘର ଘର ବୁଲି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି ।
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଦେବିତି ଗ୍ରାମରେ ମଙ୍ଗଳବାର ଦିନ ଘର ଘର ବୁଲି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମର ଦୁଇଦିନ ପୂର୍ବରୁ ଦେବିତି ଗ୍ରାମରେ ଏଏନଏମ: ଶ୍ରୀମତୀ ବି: ଜଗଦମ୍ବା , ସ୍ବାସ୍ଥ୍ୟକର୍ମୀ ଶ୍ରୀ ରଞ୍ଜିତ ଜେନା ଅଙ୍ଗନବାଡି କର୍ମୀ ଶ୍ରୀମତୀ କେ: ଦମୟନ୍ତି , ଆଶାକର୍ମୀ ଶ୍ରୀମତୀ ଏସ: ତାରାବତୀ , ମିନି ଅଙ୍ଗନବାଡି କର୍ମୀ ଶ୍ରୀମତୀ ଏ: ଶୁଶିଳା ପ୍ରମୁଖ ଘର ଘର ବୁଲି ଟୀକା ନେଇ ନଥିବା ଲୋକଙ୍କୁ ଚିହ୍ନଟ କରି ଚିରିକୁଟି ବଣ୍ଟନ କରିବା ସହ ଗ୍ରାମରେ ୯ ତାରିଖ ଦିନ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦେଇଥିଲେ ।
ସେହି ପ୍ରକାରେ ମଙ୍ଗଳବାର ଦେବିତି ଗ୍ରାମରେ ଚିହ୍ନଟ ହୋଇଥିବା ୧୧୬ ଜଣଙ୍କ ପାଇଁ କୋଭିଡ୍ ଟୀକା ଦେବା ବ୍ୟବସ୍ଥା ହୋଇଥିଲା ।
ଗୋଷାଣୀ ବ୍ଲକ ଗୁରାଣ୍ଡି ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୋଭିଡ୍ ଏଏନଏମ: ଶ୍ରୀମତୀ ରୀନା ଅନ୍ତୁ ଉପସ୍ଥିତ ରହି ଆସିଥିବା ସମସ୍ତଙ୍କୁ ଟୀକା ଦେଇଥିଲେ । ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ଡିଓ: ଶ୍ରୀ ମାଝୀ ପ୍ରଧାନ ସମସ୍ତ ସହଯୋଗ କରିଥିଲେ ।
ଏ ସମ୍ପର୍କରେ ଟୀକା ଦେଇଥିବା ଏଏନଏମ ଶ୍ରୀମତୀ ଅନ୍ତୁ କହିଛନ୍ତି ଯେ , ଏହି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ନେଇ ହିତାଧିକାରୀ ମାନଙ୍କୁ ଗତ ୨ ଦିନ ପୂର୍ବରୁ ସୂଚନା ଦିଆଯାଇଥିଲା ।
ମଙ୍ଗଳବାର ଦିନ ଏହି ଟୀକାକରଣ କେନ୍ଦ୍ରକୁ ଆସି ଚିହ୍ନଟ ସମସ୍ତ ହିତାଧିକାରୀ ଆସି ଟୀକା ନେଇଛନ୍ତି । କାହାର କୌଣସି ଅସୁବିଧା ହୋଇନାହିଁ । ଘର ପାଖରେ ଏଭଳି ଟୀକାକରଣ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କରା ଯାଇଥିବା ଯୋଗୁଁ ତାଙ୍କୁ ଅଶେଷ ଧନ୍ୟବାଦ ବୋଲି କହିଥିଲେ ।
ସେହିଭଳି ଘର ପାଖରେ ମଙ୍ଗଳବାର ଦିନ ପ୍ରଥମ ଡୋଜ୍ କୋଭିଡ୍ ଟୀକା ନେବାର ସୁଯୋଗ ପାଇଥିବା ୩ ଜଣ ହିତାଧିକାରୀ ଶ୍ରୀ ଦୀନବନ୍ଧୁ ଜେନା , ନମିତା ବରାଡ଼ ଓ ଅନୁସ୍ଵୟା ଜେନା ପ୍ରମୁଖ କହିଛନ୍ତି ଯେ , କୋଭିଡ୍ ଟୀକା ପୂର୍ବରୁ ନେଇ ନଥିଲି । ଘର ପାଖରେ ଆସି ଟିକାଦେବା ବ୍ୟବସ୍ଥା ହୋଇଥିବା ଯୋଗୁଁ ମୁଁ ଆଜି ଟୀକା ନେବାପାଇଁ ଆଗ୍ରହ ହେଲି ଏବଂ ଟୀକା ନେଲି ।
ଟୀକା ନେବା ପରେ କୌଣସି ଅସୁବିଧା ହୋଇନି । ତେଣୁ ସମସ୍ତେ ଏହି ଟୀକା ନିଅନ୍ତୁ ଆଉ କରୋନା ମୁକ୍ତ ହୁଅନ୍ତୁ । ଘର ପାଖରେ ଏଭଳି ଟୀକାନେବା ବ୍ୟବସ୍ଥା ହୋଇଥିବା ଯୋଗୁଁ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault