ହେଡଲାଇନସ୍:

ଜିଲ୍ଲାସ୍ତରୀୟ ୨୮ ଓ ୨୯ ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୮ ଓ ୨୯ ତମ ଜାତୀୟ ପିଲାଙ୍କ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱଂୟ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରଫେସର ଜିତେନ୍ଦ୍ରନାଥ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ର ଜିଲ୍ଲା ସଂଯୋଜକ ସାତ୍ମିକ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାଧାରରେ ଆୟୋଜିତ କାର୍ଯ୍ୟକ୍ରମରେ "ଧାରଣୀୟ / ପ୍ରେରଣୀୟ ଜୀବନ ଧାରଣ ସକାଶେ ବିଜ୍ଞାନ" ମୁଖ୍ୟ ବିଷୟ ବସ୍ତୁ ଉପରେ ଆଧାରିତ ପ୍ରକଳ୍ପ ପ୍ରସ୍ତୁତି ପ୍ରତିଯୋଗିତାର ଉଦ୍ଦେଶ୍ୟ ଜ୍ଞାପନ କିଛି ନିଜର ଆଞ୍ଚଳିକ ସମସ୍ୟାକୁ ଚିହ୍ନଟ କରି ତଥ୍ୟ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ପ୍ରଣାଳୀରେ ତାର ସମାଧାନ ଉପରେ ଗୁରୁତ୍ୱ ନେଇ ପ୍ରକଳ୍ପ ଗୁଡିକ ପ୍ରସ୍ତୁତ କରାଯାଇଛି ବୋଲି କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ଼.କିରଣ ବାଲା ଭୂୟାଁ , ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଦିବ୍ୟା ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ।
ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୩୭ ଟି ପ୍ରକଳ୍ପକୁ ଛାତ୍ର/ଛାତ୍ରୀ ମାନେ ଉପସ୍ଥାପନା କରିଥିଲେ।
ସେମାନଙ୍କ ମଧ୍ୟରୁ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଶୁଭେନ୍ଦୁ ଆପଟ , ପାରଳାଖେମୁଣ୍ଡି ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ନବମ ଶ୍ରେଣୀ ଛାତ୍ର ସୁଧାକର ପଣ୍ଡା , ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବାଦଲ ପ୍ରଧାନ ଓ ସରକାରୀ ସେରଙ୍ଗ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆଦର୍ଶ ଘଣ୍ଟ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ କରିଥିବା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault