ହେଡଲାଇନସ୍:

ହୃଦୟବାନ ହେବ ତ ଏମିତି: କହିଥିଲେ ପନ୍ଦର , ଦେଲେ ଚୌରାଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଜମିବାଡ଼ି କୁ କେନ୍ଦ୍ର କରି ପରିବାର ଭିତରେ , ନିଜ ନିଜ ଭତରେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଝଗଡା , ଗଣ୍ଡଗୋଳ ହୋଇଥାଏ । ଏମିତି ସାମାନ୍ୟ ଅଳ୍ପ ଟିକେ ଜାଗା ପାଇଁ ପାରିବାରିକ ଗଣ୍ଡଗୋଳ ଭୟଙ୍କର ରୁପ ନେଇ ଅନେକ ଙ୍କର ମୁଲ୍ୟବାନ ଜୀବନ ନେଇ ସାରିଛି । ଆଜି ବି ଲକ୍ଷ ଲକ୍ଷ ଜମିବାଡିର ବିବାଦ ବିଭିନ୍ନ ଅଦାଲତ ମାନଙ୍କରେ ବିଚାରାଧୀନ ରହିଛି । ଫାଇସିଲା ଅପେକ୍ଷାରେ ଅନେକ ଙ୍କର ଜୀବନ ଚାଲିଗଲାଣି । ରାଜା ରାଜୁଡା ସମୟରେ ରାଜା , ଜମିଦାର ,ଗ୍ରାମର ଗଉନ୍ତିଆ ମାନେ ଡାକ୍ତରଖାନା , ମନ୍ଦିର, ସ୍କୁଲ , ପାଇଁ ଅନେକ ଜମି ଦାନ କରିଛନ୍ତି , ହେଲେ ବର୍ତ୍ତମାନ କେହି ଏହିଭଳି ମହତ କାର୍ୟ୍ଯ ପାଇଁ ଜମି ଦାନ କରିବା ପାଇଁ ରାଜି ହେଉ ନାହାନ୍ତି । ଏହି ଭଳି ସମୟରେ ପ୍ରାୟ ଚୌରାଲିସ ଡ଼ିସିମିଲ ଜମି ସ୍କୁଲର ଖେଳ ପଡିଆ ପାଇଁ ଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କୁଆପାଳି ଗ୍ରାମର ଦୁଇ ଭାଇ ।
ପ୍ରାପ୍ତ ସୂଚନା ମୁତାବକ ଗତ କିଛିଦିନ ତଳେ କୁଆପାଳି ଗ୍ରାମର କେଶବ ବରିହା ଓ ଗଣେଶ ବରିହା ନାମକ ଦୁଇ ଭାଇ ନିଜ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଖେଳ ପଡିଆ ନଥିବାରୁ ଛୁଆ ମାନେ ଅନେକ ପ୍ରକାର ଅସୁବିଧା ଭୋଗ କରୁଥିବା ଅନୁଭବ କରିଥିଲେ । ନିଜର ନଟିନାତୁଣୀ ବୟସର ଛୁଆ ପିଲା ମାନଙ୍କର କଷ୍ଟ ଅନୁଭବ କରି ଦୁଇ ଭାଇ ନିଜର ସ୍ୱଳ୍ପ ଜମିରୁ ପନ୍ଦର ଡ଼ିସିମିଲ ଜମି ଦାନ ଦେବା ପାଇଁ ଘୋଷଣା କରିଥିଲେ । ଦୁଇ ଭାଇ ଦାନ ଦେବା ପାଇଁ ଚିହ୍ନଟ କରିଥିବା ଜମିଟି ସଫା କଲା ପରେ ତାହା ଚୌରାଲିସ ଡ଼ିସିମିଲ ବାହାରିଥିଲା । ଛୁଆ ମାନଙ୍କର ଆବଶ୍ୟକତା କୁ ହୃଦବୋଧ କରି ଦୁଇ ଭାଇ ବିଶାଳ ହୃଦୟବାନ ହୋଇ ସମସ୍ତ ଚୌରାଲିସ ଡିସମିଲ ଜମିକୁ ଆଜି ସ୍କୁଲର ଖେଳ ପଡିଆ ନିମନ୍ତେ ଦାନ କରିଥିଲେ । ଗ୍ରାମବାସୀ ମାନଙ୍କର ଉପସ୍ଥିତି ରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଙ୍କର ଉପସ୍ଥିତ ରେ ଏହି ମହତ ଦାନ କାର୍ୟ୍ଯ ସମ୍ପାଦନ ହୋଇଥିଲା । ଏହି ସଭାରେ ପ୍ରଥମେ ମୁଖ୍ୟ ଅତିଥି ତହସିଲଦାର ମାଁ ସରସ୍ବତୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ବଳନ କରିବା ପରେ ଗ୍ରାମବାସୀ ଓ ଉପସ୍ଥିତ ଅତିଥି ମାନଙ୍କର ଗହଣରେ ଖେଳ ପଡିଆକୁ ଯାଇଥିଲେ । ଖେଳ ପଡ଼ିଆରେ ପୂଜା କରିବା ପରେ ଫିତା କାଟି ପଡିଆକୁ ଛୁଆ ମାନଙ୍କର ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି କାର୍ଯକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଗୋବିନ୍ଦ ରାମ ଅଜଗର ପରିଚାଳନା କରିଥିବା ବେଲେ ଅମୃତ ରଣା, ବୃନ୍ଦାବନ ବାରିହା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ବାରିକ , ସି ଆର ସି ସି ସୁନାଧର ଡନସନା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault