ହେଡଲାଇନସ୍:

ବିଶ୍ୱ ମିତବ୍ୟୟତା ପକ୍ଷ ପାଳନ ଉପଲକ୍ଷେ ବୃକ୍ଷ ଚାରା ରୋପଣ କଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ) : ବିଶ୍ୱ ମିତବ୍ୟୟତା ଦିବସ ପାଳନ ଉପଲକ୍ଷେ ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଭାବେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉପସ୍ଥିତ ରହି ବୃକ୍ଷ ଚାରା ରୋପଣ କରିଥିଲେ । ସୂଚନାରୁ ପ୍ରକାଶ ଯେ, ତା. ୩୦.୦୯.୨୦୨୧ ରିଖ ଦିନ ସଂଚୟ ରଥ ରାୟଗଡ ଜିଲ୍ଲାର କୋଲୋନରା, ଗୁଣୁପୁର, ଗୁଡାରି ଓ ରାମନାଗୁଡା ବ୍ଲକ ଗସ୍ତ କରି ସେଠାକାର ଲୋକଙ୍କୁ ସଂଚୟ ବିଷୟରେ ସଚେତନ କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥାରେ ହିଁ ସହଚୟ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା । ଦେଶରେ ବିଭିନ୍ନ ପ୍ରକାରର ସଂସ୍ଥା ଖୋଲି ବିଭିନ୍ନ ପ୍ରକାରର ଲୋଭନୀୟ ପ୍ଲାନ ଦେଖାଇ ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି ଠକ ସଂସ୍ଥା ମାନେ ତେଣୁ ଏହି ଭଳି ଠକ ସଂସ୍ଥାର ଲୋଭନୀୟ ଯୋଜନାରେ ପ୍ରଲୋଭିତ ନହୋଇ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥା ସରକାରୀ ବ୍ୟାଙ୍କ, ପୋଷ୍ଟ ଅଫିସ ମାନଙ୍କରେ ସଂଚୟ କରିବା ପାଇଁ ଲୋକ ମାନଙ୍କୁ ସଚେତନ କରିଥିଲେ । ଏହି ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମରେ ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ସଂଚୟ ସଂସ୍ଥାର ଅଧିକାରୀ ଶ୍ରୀ ଧ୍ରୁବ କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଶେଖ ଅଲିନୁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ରାୟଗଡ ବନାଂଚଳ ଅଧିକାରୀ ଶ୍ରୀ ଅଶୋକ କୁମାର ପ୍ରଧାନ ଓ ବନ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ଚାରା ରୋପଣ କରିଥିଲେ ।

 

0
0
0
s2sdefault