ହେଡଲାଇନସ୍:

ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀଙ୍କ ଦିନିକିଆ ରାୟଗଡ ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ): ବିଜୁ ଜନତା ଦଳର ରାୟଗଡ ପର୍ଯ୍ୟବେକ୍ଷକ ତଥା ମହାକାଳପଡା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଦିନିକିଆ ରାୟଗଡ ଜିଲ୍ଲା ଗସ୍ତରେ ଆସି ରାୟଗଡ ସର୍କିଟ ହାଉସ ଠାରେ ଜିଲ୍ଲାର ବିଜୁ ଜନତା ଦଳର ବରିଷ୍ଠ ନେତା ଓ କର୍ମୀ ମାନଙ୍କ ସହ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି । ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନୁଷ୍ଠିତ ବୈଠକରେ ଠାରେ ଭିଡ଼ିଓ କନ୍ଫରେସିଙ୍ଗ ଜରିଆରେ ରାଜ୍ୟ ସରକାରଙ୍କ 5T ସଚିବ ଶ୍ରୀ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରାୟଗଡ଼ା ସହରାଞ୍ଚଳର ଉନ୍ନତିକରଣ ତଥା ଲୋକଙ୍କ ଚାହିଦା ଅନୁସାରେ କିଛି ପ୍ରକଳ୍ପ ଅନୁମୋଦନ କରିବା ପାଇଁ ଅନୁରୋଧ କରାଯାଇଥିଲା। ରାୟଗଡ଼ା ମ୍ୟୁନିସିପାଲିଟି ମଧ୍ୟରେ ମିନି ପାର୍କ,  ଯୁବକଙ୍କ ପାଇଁ ଜିମ୍, ଶିଶୁ କ୍ରୀଡ଼ା ଉଦ୍ୟାନ, ପାଦ ଚଲା ରାସ୍ତା ଭଳି ବିଭିନ୍ନ ପ୍ରକଳ୍ପର ଅନୁମୋଦନ କରିବା ପାଇଁ ଏକ ଅନୁରୋଧ ପତ୍ର ମହାକାଳପଡ଼ା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା। 

ଆଲୋଚନା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଥିଲେ ଯେ, ରାୟଗଡ ସହର ଏକ ପୂରାତନ ସହର ଓ ରାୟଗଡ ମ୍ୟୁନିସିପାଲିଟି ମଧ୍ୟ ପୂରାତନ ଅଟେ । ରାୟଗଡ ଜିଲ୍ଲାର ସର୍ବାଙ୍ଗିନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦା ବେଳେ ଚେଷ୍ଟିତ ଥିବା ସେ ପ୍ରକାଶ କରିଥିଲେ । ସେ ଆହୁରୀ କହିଥିଲେ ଯେ, ରାୟଗଡ ଠାରେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ସରକାର ୯ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି | ଏହା ସହ ରାୟଗଡ ବସଷ୍ଟାଣ୍ଡର ଉନ୍ନତି ପାଇଁ ମଧ୍ୟ ଟଙ୍କା ମଞ୍ଜୁର ହୋଇଥିବା ସେ ପ୍ରକାଶ କରିଥିଲେ । ଜିଲ୍ଲାର ପାନୀୟ ଜଳ ଯୋଗାଣର ପ୍ରକଳ୍ପ ନିମନ୍ତେ ସରକାର ୬୫ କୋଟି ଟଙ୍କାରୁ ଉର୍ଧ୍ଵ ଅର୍ଥ ମଞ୍ଜୁର ହୋଇଥିବା କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନହିତକର ସ୍ୱତନ୍ତ୍ର ମୁକ୍ତା ଯୋଜନାରେ ହେବାକୁ ଥିବା ବିଭିନ୍ନ ଛୋଟ ବଡ ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ରାୟଗଡର ପୂର୍ବତନ କାଉନସିଲର ମାନେ, ରାୟଗଡ ସହରର ନାଗରିକ ମାନେ, ବୁଦ୍ଧିଜୀବୀ ମାନେ ଭିଡିଓ କନଫରେନସ୍ ଜରିଆରେ ୫ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ସେ ପ୍ରକାଶ କରିଥିଲେ । ଏହି ଅବସରରେ ରାୟଗଡ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ଖାଡାଙ୍ଗା ଓ ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ନେତା ମାନେ ଉପସ୍ଥିତ ଥିଲେ ।

0
0
0
s2sdefault