ଲାଇଟ ଜଲିଲା ବିଲ ହେଲା,ଆଗକୁ ଲାଇଟ ଜଲୁଛି ନା ନାହିଁ ସେ କଥା ତମେ ବୁଝ !!
ପଦ୍ମପୁର (ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମରେ ୧୦ ଗୋଟି ଷ୍ଟ୍ରିଟ ଲାଇଟ ଲାଗିଥିଲା କିନ୍ତୁ ମାତ୍ର ୧୫-୨୦ ଦିନ ଜଲିଲା ପରେ ସବୁତକ ଲାଇଟ ବନ୍ଦ ହେଇଯାଇଛି । ଦିର୍ଘ ୪ ମାସ ହେବ ଲାଇଟ ସଜାଡିବା ପାଇଁ କେହି ଚିନ୍ତା ମଧ୍ୟ କରୁନାହାନ୍ତି । ସମ୍ପୃକ୍ତ ଠିକାଦାରଙ୍କୁ ସର୍ଗିବାହାଲ ସମିତି ସଭ୍ୟ ବହୁବାର ଫୋନ ଯୋଗେ ଯୋଗାଯୋଗ କରି ଲାଇଟ ସଜାଡିବା ପାଇଁ ଅନୁରୋଧ କରିଛନ୍ତି ହେଲେ ଏ ପର୍ଯ୍ୟନ୍ତ କେହି ମଧ୍ୟ ଆସି ନାହାନ୍ତି । ନାଁ ପଞ୍ଚାୟତ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉଛି । ସମସ୍ତେ ଏହି ସମସ୍ୟା ପ୍ରତି ଅଣଦେଖା କରୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା କେଉଁ ଫଣ୍ଡ ରୁ ପଇସା ଖର୍ଚ୍ଚ ହେଇଛି କେତେ ଟଙ୍କା ଖର୍ଚ୍ଚ ହେଇଛି ତାହାର କିଛି ସୂଚନା ନାହିଁ । ସରକାରୀ ନିୟମ ହିସାବରେ କୌଣସି ସରକାରୀ କାମ ହେଲେ ତାର ସୁଚନା ଫଳକ ରହିବା କଥା । ସବୁ ସରକାରୀ ନିୟମ କୁ ଫୁ କରି ଅତି ନିମ୍ନ ମାନର ଲାଇଟ ଲଗାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥି ସହିତ ସର୍ଗିବାହାଲ ପଞ୍ଚାୟତ ର ଅନ୍ୟ ଗାଁ ମାନଙ୍କରେ ଲାଗିଥିବା ଲାଇଟ ମଧ୍ୟରୁ ଅଧାରୁ ଅଧିକ ଜଲୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଏଥିରେ ବ୍ୟାପକ ପିସି କାରବାର ହେଇଥିବା ନେଇ ସନ୍ଦେହ କରାଯାଉଛି । ସର୍ଗିବାହାଲ ପଞ୍ଚାୟତରେ ଡିଆରଡିଏ ତରଫରୁ ଷ୍ଟ୍ରିଟ ଲାଇଟ ଲାଗିଥିବା ସୂଚନା ମିଲିଛି । ଅତିଶିଘ୍ର ସର୍ଗିବାହାଲ ପଞ୍ଚାୟତ ର ଖରାପ ଥିବା ସମସ୍ତ ଷ୍ଟ୍ରିଟ ଲାଇଟ କୁ ସଜାଡି ଖର୍ଚ୍ଚ ର ବିବରଣୀ ସୂଚନା ଫଳକ ପ୍ରଦାନ କରିବାପାଇଁ ସାଧାରଣରେ ଦାବି ହେଉଛି ।