ହିନ୍ଦୀ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହ ଠାରେ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜତାରା କନିଷ୍ଠ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ "ହିନ୍ଦୀ ଦିବସ ପାଳିତ" ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସଂଯୋଜକ ଶ୍ରୀ ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ଯୋଗ ଦେଇଥିବା ବେଳେ , ପଣ୍ଡିତ ନରସିଂହ ଗୌଡ଼ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିବା ବେଳେ ପ୍ରଗତି ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ସମ୍ମାନୀତ ବକ୍ତା ଏବଂ ରାଜାତାରା କଲେଜର ମୁଖ୍ୟ ଶ୍ରୀ କେ. ଅରୁଣ କୁମାର , ଶ୍ରୀ ସତ୍ୟନାରାୟଣ କାର୍ଜୀ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ ହିନ୍ଦୀ ଭାଷାର ଇତିହାସ ଓ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟତଃ ଏହା ଜନମାନସଙ୍କ ଭାଷା ତଥା ରାଷ୍ଟ୍ର ଭାଷା ଏହା ସମସ୍ତ ଭାରତୀୟଙ୍କୁ ଏକ ସୂତ୍ରରେ ବାନ୍ଧିରଖିବା ଭାଷା। ହିନ୍ଦୀ ଭାଷାର ଅଧିକ ପ୍ରଚଳନ ଓ ଏହାର ଅଣଦେଖାକୁ ରୋକିବା ପାଇଁ ପ୍ରତିବର୍ଷ ୧୪ ସେପ୍ଟେମ୍ବର ଦିନ ଏହି ହିନ୍ଦୀ ଦିବସ ପାଳନ କରାଯାଉଛି । ୧୯୪୯ ମସିହା ୧୪ ସେପ୍ଟେମ୍ବର ଦିନ ସଂଭିଧାନ ସଭାର ମତ ପ୍ରକାରେ ହିନ୍ଦୀକୁ ରାଷ୍ଟ୍ରଭାଷା ଘୋଷିତ କରାଯାଇଥିଲା ବୋଲି କହିଥିଲେ ।
ଏହି ଅବସରରେ ଉଭୟ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜାତାରା କଲେଜର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ "ହିନ୍ଦୀ କାହିଁକି ଆମର ରାଷ୍ଟ୍ରଭାଷା ହେବା ଉଚିତ" ଶୀର୍ଷକ ବିଷୟ ଉପରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏଥିରେ ୩୦ରୁ ଉର୍ଦ୍ଧ୍ବ କଲେଜ ଛାତ୍ର/ଛାତ୍ରୀ ଯୋଗ ଦେଇଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପ୍ରମାଣ ପତ୍ର ଏବଂ ପୁରସ୍କାର ବଣ୍ଟନ କରିଥିଲେ ।
କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲକ୍ଷଣି ଲୀମା ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ କ୍ଷୀରାଦ୍ବି ତନୟା ପଣ୍ଡା ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault