୧୯ରେ ରାୟଗଡ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ କୁମାର ସାହୁ) : ଆସନ୍ତା ରବିବାର ତା. ୧୯.୦୯.୨୦୨୧ ରିଖରେ ରାୟଗଡ ସିଭିଲକୋର୍ଟ ଏବଂ ରାୟଗଡ ଜିଲ୍ଲାର ତାଲୁକା ସ୍ତରରେ ଥିବା ସମସ୍ତ କେର୍ଟରେ ଚଳିତ ତୃତୀୟ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଦମା , ଦେୱାନୀ, ଫୌଜଦାରୀ, ସାଲିସ ଯୋଗ୍ୟ, ବ୍ୟାଙ୍କ ଋଣ, ମୋଟର ଯାନ ଦୁର୍ଘଟଣା, ପାରିବାରିକ ବିବାଦ ଆଦି ମକଦ୍ଦମା ଗୁଡିକର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ସୂଚନା ମିଳିଛି । ଏହା ସହିତ ଦାୟର ହୋଇଥିବା ପ୍ରାକ୍ ସ୍ତରୀୟ ମାମଲା ମଧ୍ୟରେ ଆପୋଷ ବୁଝାମଣାରେ ସମାଧାନ ହୋଇପାରିବ । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ଲୋକ ଅଦାଲତଙ୍କ ରାୟ ଚୂଡାନ୍ତ, ବୈଧ ଏବଂ ଅମଳ ଯୋଗ୍ୟ । ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଦମାର ସହଜ ସମାଧାନ ଏବଂ ଆର୍ଥିକ ସଦୁପଯୋଗ କରିବା ପାଇଁ ସାଧାରଣଙ୍କୁ ଅନୁରୋଧ କରାଯାଇଛି । ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଅବଗତ ହେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ କାର୍ଯ୍ୟାଳୟରେ ଯୋଗାଯୋଗ କରିବା ସହିତ ରଷ୍ଟ୍ରୀୟ ଲେକ ଅଦାଲତର ସୁଯୋଗ ଲାଭ କରିବାକୁ ପ୍ରାଧିକରଣ ସଚିବ ଶ୍ରୀ ମନୋରଂଜନ ମିଶ୍ର ସୂଚନା ଦେଇଛନ୍ତି ।

0
0
0
s2sdefault