ଲଗାଣ ବର୍ଷା କ୍ଷୟକ୍ଷତିର ସମୀକ୍ଷା କଲେ ମନ୍ତ୍ରୀ ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସୁନ୍ଦରଗଡ଼ ଗସ୍ତରେ ଯାଇଥିବା ବେଳେ ଆଜି ସନ୍ଧ୍ୟାରେ ଓଡଗାଁ ବ୍ଳକ ଅଂଚଳରେ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରିଥିଲେ । ସମୀକ୍ଷା କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରତିନିଧିମାନେ ପୀଡିତ ପରିବାର ମାନଙ୍କୁ ଭେଟି ସେମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରି ବିପର୍ଯ୍ୟୟ ପରିଚାଳନା ବିଭାଗ ବିଡ଼ିଓ, ତହସିଲଦାର ଏପରିକି ଜିଲ୍ଲାପାଳଙ୍କୁ ଅବଗତ କରାଇ ତୁରନ୍ତ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ନନ୍ଦିଘୋର ଜବାହାରଲାଲ ବିଦ୍ୟାପିଠ ପାଚେରୀ  ଏବଂ ବାଳିକା ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହ କାନ୍ଥ ଭାଙ୍ଗିବା ସମ୍ପର୍କରେ ବିଜେଡି ବ୍ଳକ ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ  କହିଥିଲେ । ଏଥି ସହିତ କୁରାଳ ହାଇସ୍କୁଲ ପାଚେରୀ ଏବଂ ଓଡ଼ଗାଁ ଏନଏସି ଅଞ୍ଚଳରେ ଅନେକ ସ୍ଥାନରେ ପାଣି ଜମି ରହିଥିବା ସମ୍ପର୍କରେ ଜିଲ୍ଲାପରିଷଦ ସଦସ୍ୟ ଲୋକନାଥ ସାହୁ କହିଥିଲେ । 

ଆଜିର ଏହି କାର୍ଯ୍ୟକ୍ରମ ଅବସରରେ +୩ ଶ୍ରେଣୀରେ ଚଳିତ ଶିକ୍ଷାବର୍ଷରୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଅଧ୍ୟୟନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଫଳରେ କେତେକ କ୍ଷେତ୍ରରେ ବିପର୍ଯ୍ୟୟକୁ ସାମ୍ନା କରିବାର ସାହସ ମିଳିବା ସହିତ ଅନେକ ବିପର୍ଯ୍ୟୟ ଟଳିଯାଇ ପାରିବ ବୋଲି ଆଶା କରାଯାଇଥିଲା ।

0
0
0
s2sdefault