ହେଡଲାଇନସ୍:

ଗୋଟିଏ ବର୍ଷାରେ ଧୋଇଗଲା ପାଞ୍ଚ ଲକ୍ଷ ଟଙ୍କାରେ ତିଆରି ପୋଖରୀର ଆଡି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡରେ ମନରେଗା କାମରେ ଦୁର୍ନୀତି ହେଉଥିବା ଖବର ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ ଧୂମାଭଟା ଗାଁରେ ମଧ୍ୟ ସାମନାକୁ ଆସିଛି ମନରେଗା ଦୁର୍ନୀତିର ନଗ୍ନଚିତ୍ର । ଧୂମାଭଟା ଗାଁରେ ୨୦୨୦-୨୦୨୧ ମସିହାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ଏକ ପୋଖରୀ ଖନନ କରାଯାଇଥିଲା । ଗତ ଦୁଇ ଦିନ ହେବ ପଦ୍ମପୁର ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଏହି ବର୍ଷାରେ ପୋଖରୀ ଆଡି ଭାଙ୍ଗି ଯିବା ଫଳରେ ତଲି ଅଞ୍ଚଳର ଚାଷ ଜମିରେ ପାଣି ମାଡିଯିବା ଫଳରେ ଧାନ ଚାଷ ନଷ୍ଟ ହୋଇଛି । ପୋଖରୀ ଆଡି ଗୋଟିଏ ବର୍ଷା ପାଣିରେ ମଧ୍ୟ ସମ୍ଭାଳି ପାରିଲାନି । ଆଡି ବନ୍ଧକୁ ଶୀଘ୍ର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

0
0
0
s2sdefault