ହେଡଲାଇନସ୍:

ମରୁଡି କାଳରେ ସାରର କଳା ବଜାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୋକାନୀ ମାଲେମାଲ, କୄଷି ବିଭାଗ ଅଧିକାରୀ ଚୁପ !

ପଦ୍ମପୁର / ଶାସକ ପ୍ରଶାସକ : ମରୁଡି କାଳରେ ସାରର କଳା ବଜାରୀ,ଚଢ଼ା ଦରରେ ସାର ବିକ୍ରି କରି ଳାଭବାନ ହେଉଛନ୍ତି ବ୍ୟବସାୟୀ । ପଦ୍ମପୁର ଉପଖଣ୍ଡ ଘେଁସ ଠାରେ ଥିବା ଶ୍ରୀ ଗଣେଶ ଟ୍ରେଡର୍ସ ଠାରେ ଆଜି ୟୁରିଆ ସାର ନେବାକୁ ଚାଷୀଙ୍କ ଭିଡ ଦେଖିବାକୁ ମିଲିଥିଲା । ୟୁରିଆ ସାର ସରକାରଙ୍କ ଧାର୍ଯ୍ୟ ଦର ୨୬୬ ଟଙ୍କା ଥିବା ବେଲେ ଏହି ଦୋକାନୀ ଚାଲାକି କରି ଚାଷୀଙ୍କଠୁ ୪୫୦ ଟଙ୍କା ବିକ୍ରି କରୁଥିବା ଚାହୀ ମାନେ ଅଭିଯୋଗ କରିଛନ୍ତି । ଚାଷ ଆରମ୍ଭ ସମୟରୁ କମ ବର୍ଷା ଯୋଗୁଁ ପଦ୍ମପୁର ଅଂଚଳରେ ଧାନ ଚାଷ ଭଲ ଭାବରେ ହୋଇ ପାରି ନାହିଁ । କିନ୍ତୁ କୌଣସି ମତେ ଚାଷୀ ଧାନ ଚାଷକୁ ବଂଚାଇବା ପାଇଁ ବର୍ତମାନ ମଧ୍ୟ ପ୍ରୟାସ ଜାରି ରଖିଛି । ହେଲେ ସାର ଦୋକାନୀଙ୍କ ଚଢ଼ା ଦରରେ ସାର ବିକ୍ରିର ଶିକାର ହେବା ସହ ଶୋଷଣ ହେଉଛନ୍ତି ଚାଷୀ ଏବଂ ଲାଭବାନ ହେଉଛନ୍ତି ବ୍ୟବସାୟୀ । କୃଷି ବିଭାଗ ଏ ବିଷୟରେ ତଦନ୍ତ କରି କଳାବଜାରୀ କରୁଥିବା ଦୋକାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଦୋକାନୀ ମାନଙ୍କୁ ପ୍ରଶ୍ରୟ ଦେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

0
0
0
s2sdefault