ହେଡଲାଇନସ୍:

ନିଶା ବେପାର ଉପରେ କଡା ପଦକ୍ଷେପ ସାଙ୍ଗକୁ ନାଇଟ ପାଟ୍ରୋଲିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗଦଲପୁର ଥାନାଧିକାରୀଙ୍କ ଆଭିମୁଖ୍ୟ ହଜାଇଦେଇଛି ଅପରାଧୀ ଓ ନିଶାବେପାରୀଙ୍କ ନିଦ

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନାରେ ଦୀର୍ଘ ୩୬ ମାସ ଧରି ଥାନା ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀ ବିରବର ଭଗତ ସେ ବୁଡେନ ଅଞ୍ଚଳରେ କିଛି ଭଲ କାମ କରି ସୁନାମ ଅର୍ଜନ କରିବା ସହ ଅପରାଧ ନିୟନ୍ତ୍ରଣ ସହ ସାଧାରଣ ଜନତା ଙ୍କ ପୋଲିସ ଅଧିକ ବିଶ୍ୱାସ ଭାଜନ ହୋଇ ପାରିଥିଲେ।ସମ୍ପ୍ରତି ଶ୍ରୀ ଭଗତ ଜଗଦଲପୁର ଥାନା ରେ ଦୁଇ ମାସ ହେଲା ନୂତନ ଥାନା ଅଧିକାରୀ ଆଇ.ଆଇ.ସି ଭାବେ ଯୋଗ ଦେଇଛନ୍ତି। ସେ ଯୋଗ ଦେବା ପର ଠାରୁ ରାତ୍ରି ପେଟ୍ରୋଲିଂ କଡ଼ାକଡ଼ି କରିବା ସହ ଗାଡି ଯାଞ୍ଚ କରିବା ଫଳରେ ଚୋରା ନିଶା ବେପାରୀ ଓ ଅପରାଧୀ ଛାନିଆ ହୋଇପଡିଛନ୍ତି। ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ଶ୍ରୀ ଭଗତ ଏସ.ପି ଙ୍କ ଠାରୁ ଆରମ୍ଭ କରି ପୋଲିସ ଡିଜି ଶ୍ରୀ ଅଭୟ କୁମାର ଡିଜିପି ସମ୍ମାନ ରେ ସମ୍ମାନିତ କରିଛନ୍ତି। ଜଗଦଲପୁର ଥାନା କର୍ମଚାରୀ ଓ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇବା ସହ ତାଙ୍କର ଅନେକ ଶୁଭେଚ୍ଛୁ ଓ ଅଞ୍ଚଳବାସୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

0
0
0
s2sdefault