ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ ହେବ: ମୁଖ୍ୟ ଶାସନ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛେଳିଗଡ଼ ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି | ଶ୍ରୀ ମହାପାତ୍ର ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବା-ପୁରିଆ ସାହି-ବୁର୍ଖତ ଆଦି ସ୍ଥାନ ଦେଇ ମହେନ୍ଦ୍ରଗିରିର କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ପରିଦର୍ଶନ କରିଥିଲୋ ଶ୍ରୀ ମହାପାତ୍ର ମଧ୍ୟ ମହେନ୍ଦ୍ରଗିରି ଶିଖର ଅଞ୍ଚଳରେ ପର୍ଯ୍ୟଟନ ବିକାଶର ସମ୍ଭାବନା ଅନୁଧ୍ୟାନ କରିଥିଲୋ
ଏହିସବୁ ମନ୍ଦିର ଏବଂ ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶମାନ ଦେଇଥିଲୋ ଏହା ସହ ମହେନ୍ଦ୍ରଗିରି ଜୈବ ଅଞ୍ଚଳର ଜୈବବିବିଧତା ବୃଦ୍ଧି କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲୋ
ପର୍ଯ୍ୟଟକମାନଙ୍କ ନିମନ୍ତେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ରାସ୍ତାକୁ ସଂଯୋଜିତ କରୁଥିବା ସ୍ଥାନ ବୁର୍ଖତଠାରେ ପର୍ଯ୍ୟଟକ-ରହଣି କ୍ୟାମ୍ପ୍ ଓ ସୁବିଧା କେନ୍ଦ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲୋ ଏହି ଗସ୍ତକାଳରେ ମୁଖ୍ୟ ଶାସନ ସଚିବ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଏବଂ ଖସଡ଼ା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦିର ସମୀକ୍ଷା କରିଥିଲୋ ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଇତି ମଧ୍ୟରେ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛିା ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବା ଏହି ପ୍ରକଳ୍ପ ଗଜପତି ଜିଲ୍ଲାର ୫୦୦ ହେକଫର ଏବଂ ଗଞ୍ଜାମ ଜିଲ୍ଲାର ପ୍ରାୟ ୬୦୦୦ ହେକଫର ଜମିକୁ ଜଳସେଚିତ କରିବା ସମୀକ୍ଷା ପରେ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ଗଜପତି ଜିଲ୍ଲାରେ ପ୍ରକୃତି-ପର୍ଯ୍ୟଟନ ନିମନ୍ତେ ପର୍ଯ୍ୟାପ୍ତ ସମ୍ଭାବନା ରହିଛିା

ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରିକୁ ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ କରିବାନ୍ତ ଏବଂ, ବ୍ରହ୍ମପୁରରୁ ତୁମ୍ବା ଓ ମହେନ୍ଦ୍ରଗିରି ଦେଇ ପାରଳାଖେମୁଣ୍ଡି ସିଧାସଳଖ ଯିବା ପାଇଁ ଥିବା ରାସ୍ତାର ବିକାଶ ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତୁତ ହେବା ଏହା କରାଗଲେ ଗଜପତି ଜିଲ୍ଲାରେ ପ୍ରକୃତି ପର୍ଯ୍ୟଟନ ବିକାଶ ସହ ସ୍ଥାନୀୟ ବାସିନ୍ଦାମାନଙ୍କର ରୋଜଗାର ପନ୍ଥା ବୃଦ୍ଧି ପାଇବା ଏହି ଗସ୍ତ ସମୟରେ ରାଜସ୍ୱ ଡିଭିଜନ୍ କମିଶନର ଡି. ଓ୍ୱାପାଙ୍ଗ୍ ଆଓ ଏବଂ ଗଜପତିର ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲୋ

0
0
0
s2sdefault