ତାଲିକାରୁ ବାଦ ପଡିଥିବା ହିତାଧିକାରୀ ମନ୍ତ୍ରୀଙ୍କ ନିକଟରେ ଫେରାଦ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ବିଧାୟକ ତଥାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଓଡ଼ଗାଁ ବ୍ଳକର ରବିଗାଡିଆ, ଗିରିଡିପଲ୍ଲୀ, ଏବଂ କୁରାଳ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମ ତାଲିକାରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀମାନେ ସେମାନଙ୍କର ନାମ ତାଲିକାରେ ପ୍ରକାଶ ପାଇବା ପାଇଁ ଆବଶ୍ୟକ ପଦେକ୍ଷପ ଗ୍ରହଣ କରିବା ପାଇଁ କହିଥିଲେ । ପ୍ରତିଗାଁରେ କୋଠଘର ଓ ମନ୍ଦିର ନିର୍ମାଣ, ପୁଷ୍କରିଣୀ ପୁନରଉଦ୍ଧାର, ପାନୀୟ ଜଳ, ଖାଉଟି କାର୍ଡ, କଳାକାର ଭତା, ବାର୍ଦ୍ଧକ୍ୟ ଭତା ସମ୍ପର୍କିତ ଏବଂ କୁରାଳ ପ୍ରାଥମୀକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ହୋଇଥିଲା । ପାଇକ ବାଙ୍କତରା ଠାରୁ ଦୁତିକେଶ୍ୱର ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ନିର୍ମାଣ କାର୍ଯ୍ୟ ଖୁବ ଶିଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିବା ବେଳେ ୫-ଟି ଯୋଜନା ମାଧ୍ୟମରେ କୁରାଳ ହାଇସ୍କୁଲର ରୁପାନ୍ତରଣ କାର୍ଯ୍ୟ ସମୀକ୍ଷା କରିଥିଲେ ।