ହେଡଲାଇନସ୍:

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ମାମୁଲି ପ୍ରସଙ୍ଗ ଉଠାଉଛି ବିଜେପି: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, : ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସହିତ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି ରହିବାପାଇଁ ଅତି ମାମୁଲି ପ୍ରସଙ୍ଗ ଉଠାଉଛି ଯାହା ରାଜନୈତିକ ଦୃଷ୍ଟି କୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଭୁବନେଶ୍ୱର ସ୍ମାର୍ଟ ସିଟି ଭାରତର ଅନ୍ୟ ବିଜେପି ଶାସିତ ସହର ତୁଳନାରେ ବିକଶିତ ଓ ବହୁ ଭଲ ପରିଚାଳିତ । ତେଣୁ ଓଡିଶା ବିଜେପି ଏ କ୍ଷେତ୍ରରେ ଆତ୍ମ ନିରୀକ୍ଷଣ କରିବା ଉଚିତ୍‍ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

0
0
0
s2sdefault