ହେଡଲାଇନସ୍:

ବନ୍ଦେ ମାତରମ ର ୧୫୦ ତମ ଜୟନ୍ତୀ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବେତଡା ରେ ଉତ୍କଳ ମଣି ଗୋପବନ୍ଧୁ ସଂସ୍କୃତ ମହାବିଦ୍ୟାଳୟ ପରିସର ରେ ବନ୍ଦେ ମାତରଂ ର ୧୫୦ ତମ ଜୟନ୍ତୀ ପାଳନ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ପଣ୍ଡା ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଅଶୋକ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ତଥା ବିଜେପି ନେତା ଡ ପ୍ରତାପ କୁମାର ନାୟକ , ସମ୍ମାନୀତ ଅତିଥି ଭାବେ ବିଜେପି ବେତଡା ପୁର୍ବତନ ମଣ୍ଡଳ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ବିଯେପି ବେତଡା ମଣ୍ଡଳ ସଭାପତି ଅମର ନାୟକ,ମହାବିଦ୍ୟାଳୟ ର ଅଧ୍ୟାପକ ବ୍ରଜ ବନ୍ଧୁ ପଣ୍ଡା ଯୋଗ ଦେଇ ଥିଲେ। ଏହି ଅବସର ରେ ପୂର୍ଣ୍ଣାଙ୍ଗ ବନ୍ଦେ ମାତରଂ ଗାନ କରାଯାଇଥିଲା। ମୁଖ୍ୟ ବକ୍ତା ଡ ନାୟକ ତାଙ୍କର ଅଭିଭାଷଣ ରେ ବନ୍ଦେ ମାତରଂ ଏକ ଗାନ ନ ଥିଲା ଏହା ଏକ ମନ୍ତ୍ର ଥିଲା। ଏଥିରେ ଅନୁପ୍ରାଣିତ ହୋଇ ହଜାର ହଜାର ଯୁବକ ସ୍ଵାଧୀନତା ସଂଗ୍ରାମ ରେ ନିଜକୁ ଝାସ ଦେଇଥିଲେ। ଆଜି ବି ସେଇ ବନ୍ଦେ ମାତରଂ ଗାନ କୁ ପାଥେୟ କରି ଆମକୁ ବିକଶିତ ଆଡ଼କୁ ଗତି କରିବାକୁ ପଡ଼ିବ ବୋଲି ସେ ମତ ବ୍ୟକ୍ତ କରିଥିଲେ। ପୁର୍ବରୁ ଏହାକୁ ଅଧା ଗାନ କରାଯାଉଥିବା ବେଳେ ବର୍ତମାନ ର ରାଷ୍ଟ୍ର ବାଦୀ ସରକାର ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଯୁବ ସମାଜ ଏହାକୁ ପାଥେୟ କରି ନିଜକୁ ରାଷ୍ଟ୍ର ପ୍ରେମ ରେ ଜଡିତ ହେବା ପାଇଁ ସେ ଆହ୍ବାନ ଦେଇଥିଲେ। ମହାବିଦ୍ୟାଳୟ ପକ୍ଷ ରୁ ପୁର୍ବରୁ ଅନୁଷ୍ଠିତ ହୋଇ ଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।

0
0
0
s2sdefault