ଭୁବନେଶ୍ୱର(ଶାସକ ପ୍ରଶାସକ) - ଦେଶର ଅନ୍ୟତମ ଅଗ୍ରଣୀ ରନ୍ଧନ ଗ୍ୟାସ "ଭାରତ ଫ୍ୟୁଏଲ୍" ଆଜିଠାରୁ ଓଡ଼ିଶାରେ LPG ଉପଭୋକ୍ତା ମାନଙ୍କ ନିମନ୍ତେ ଉପଲବ୍ଧ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବେହେରା "ଭାରତ ଫ୍ୟୁଏଲ୍"ର ସ୍ଵୀକୃତିପ୍ରାପ୍ତ ଶାଖା "ସାନାୟା ଗ୍ୟାସ୍"କୁ ଉଦ୍ଘାଟନ କରିଛନ୍ତି
ଓଡ଼ିଶାର ଅଗଣିତ LPG ଗ୍ରାହକଙ୍କ ଅନେକ ଦିନର ପ୍ରତୀକ୍ଷା ପରେ ଆଜି ଦେଶର ଅନ୍ୟତମ ଘରୋଇ ରନ୍ଧନ ଗ୍ୟାସ୍ ପ୍ରସ୍ତୁତକାରୀ ଓ ବିତରଣ ସଂସ୍ଥା, TPPL ବା ତ୍ରିନେତ୍ର ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ୍, ଓଡ଼ିଶାର ଉପଭୋକ୍ତା ମାନଙ୍କର ଘରେ ଘରେ ତାଙ୍କର ବହୁ ପରିଚିତ ବ୍ରାଣ୍ଡ୍ "ଭାରତ ଫ୍ୟୁଏଲ୍" ଗ୍ୟାସ୍ ସିଲିଣ୍ଡର ସହଜରେ ପହଞ୍ଚେଇବା ପାଇଁ, ଅତ୍ୟାଧୁନିକ ତଥା ସୁବ୍ୟବସ୍ଥିତ ବିତରଣ ସେବା ଆରମ୍ଭ କରିଛନ୍ତି। ଆଜି କୋଭିଡ୍ କଟକଣା ଓ ସାମାଜିକ ଦୂରତା ନିୟମ ଅନୁସାରେ, ସମ୍ମାନୀୟ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବେହେରା, ମାନ୍ୟବର ଅଧ୍ୟକ୍ଷ - ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ, ମହୋଦୟଙ୍କ କରକମଳରେ ଆଜି ଦିନ ୧୦.୩୦ ମିନିଟ ସମୟରେ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି।
ରନ୍ଧନ ଗ୍ୟାସ୍ (LPG) ବ୍ୟବସାୟରେ ଦୀର୍ଘ ୧୦ବର୍ଷର ଉତ୍ତମ ଅଭିଜ୍ଞତା ଏବଂ ଅଗଣିତ ଗ୍ରାହକଙ୍କ ନିରନ୍ତର ଭରସାକୁ ପାଥେୟ କରି ତ୍ରିନେତ୍ର ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ୍, ତାଙ୍କର ସମଗ୍ର ଭାରତବ୍ୟାପି ବ୍ୟବସାୟ ସମ୍ପ୍ରସାରଣ ସ୍ଵରୂପ ଆଜି ଭୁବନଶ୍ଵର ସହୀଦ ନଗର ପ୍ଲଟ୍ ନଂ - ୫୫୭ରେ ତାଙ୍କର ସ୍ଵୀକୃତିପ୍ରାପ୍ତ ଶାଖା "ସାନାୟା ଗ୍ୟାସ୍" ଆରମ୍ଭ କରିଛନ୍ତି।
ସର୍ବନିମ୍ନ ଡକ୍ୟୁମେଣ୍ଟେସନ୍ ସହିତ ଯେମିତି ସମସ୍ତେ ଯଥାଶୀଘ୍ର ଏକ ନୂତନ ଘରୋଇ ଗ୍ୟାସ୍ ସଂଯୋଗ ପାଇପାରିବେ ତାହା TPPLର ଲକ୍ଷ। ସର୍ବୋତ୍ତମ ଗୁଣବତ୍ତା, ସଠିକ ପରିମାଣର ସୁନିଶ୍ଚିତତା, ଗ୍ୟାସ୍ ବୁକିଂ ଓ ବିତରଣ ପାଇଁ ଶୂନ୍ୟ ସମୟ ଅପେକ୍ଷା, 24 X 7 ଜରୁରୀ କାଳୀନ ଗ୍ରାହକ ସେବା, 24 X 7 ମାଗଣା ଓ ଅତ୍ୟାଧୁନିକ ରକ୍ଷଣାବେକ୍ଷଣ ହିଁ TPPLର ପ୍ରାଥମିକତା। TPPL ଭାରତର ଉଭୟ ରନ୍ଧନ ଗ୍ୟାସ୍ ଏବଂ ବଲ୍କ ଅଟୋ ଗ୍ୟାସ୍ ବଜାର ଆବଶ୍ୟକତାକୁ ଦୄଷ୍ଟିରେ ରଖି ନିରନ୍ତର ନିଷ୍ଠାପର ତଥା ବିଶ୍ଵସ୍ତରୀୟ ଗ୍ରାହକ ସେବା ଦ୍ଵାରା ନିଜକୁ ସବୁବେଳେ ସମସ୍ତଙ୍କଠାରୁ ଅଗ୍ରଣୀ ପ୍ରତିପାଦନ କରିବା ନିମନ୍ତେ ସର୍ବଦା ଉଦ୍ୟମରତ। ସମଗ୍ର ଦେଶରେ ନିଜର ବିସ୍ତାରିତ ଶୄଙ୍ଖଳ ଫ୍ରାଞ୍ଚାଇଜ୍ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ଗ୍ରାହକଙ୍କ ନିକଟରେ ନିରନ୍ତର ସୁଲଭ ମୁଲ୍ୟରେ ସଠିକ ପରିମାଣର ଗ୍ୟାସ୍ ବିତରଣ କରିବା TPPLର ଏକମାତ୍ର ଲକ୍ଷ। ସବୁ ବର୍ଗର ଗ୍ରାହକଙ୍କ ଚାହିଦା ଅନୁସାରେ କମ୍ପାନୀ ତରଫରୁ 6kg, 12kg, 15kg, 17kg, 21kg ଏବଂ 33kg ଗ୍ୟାସ୍ ସିଲିଣ୍ଡର ପ୍ରସ୍ତୁତ କରାଯାଇଛି।
ସବୁ ଶ୍ରେଣୀର LPG ଏବଂ AUTO GAS ଗ୍ରାହକଙ୍କ ଦୀର୍ଘକାଳୀନ ଚାହିଦା ପୂରଣ କରିବା ତଥା ତୀବ୍ର ବଜାର ପ୍ରତିଯୋଗିତାରେ ନିଜ ସ୍ଥାନ ସୁଦୃଢ ରଖିବାକୁ TRPL ନିରନ୍ତର ଯତ୍ନବାନ। ନିରନ୍ତର ଗବେଷଣାଲବ୍ଧ ଜ୍ଞାନ କୌଶଳକୁ ପାଥେୟ କରି TRPL ମଧ୍ୟ ଆମର ଅମୁଲ୍ୟ ପରିବେଶ ସୁରକ୍ଷାହେତୁ ପାରମ୍ପରିକ ମୋଟରଯାନ ଇନ୍ଧନ ବଦଳରେ ଅଟୋଗ୍ୟାସ୍ ବ୍ୟବହାର ନିମନ୍ତେ ଉତ୍ସାହିତ କରିଆସୁଛନ୍ତି ଏବଂ ସବୁ ଶ୍ରେଣୀର ଅଟୋଗ୍ୟାସ୍ ଉପଭୋକ୍ତାଙ୍କ ପାଖରେ ସହଜରେ 'ଭାରତ ଫ୍ୟୁଏଲ୍ ଅଟୋଗ୍ୟାସ୍" ଉପଲବ୍ଧ କରେଇବା ପାଇଁ ଅତ୍ୟାଧୁନିକ ତଥା ସୁବ୍ୟବସ୍ଥିତ ବିତରଣ ନେଟୱର୍କ ପ୍ରସ୍ତୁତ କରିଛନ୍ତି।
ରାଜ୍ୟ
ରାଜଧାନୀରେ ଉଦ୍ଘାଟିତ ହେଲା "ଭାରତ ଫ୍ୟୁଏଲ୍"ର ସ୍ଵୀକୃତିପ୍ରାପ୍ତ ଶାଖା "ସାନାୟା ଗ୍ୟାସ୍"
- Hits: 603











