ଯାଜପୁର / ସୁବାସ ଚନ୍ଦ୍ର ନାୟକ: କଳିଙ୍ଗନଗରକୁ ଓଡିଶାରେ ଇସ୍ପାତ ରାଜଧାନୀ ରେ ପରିଣତ କରିବାପାଇଁ ରାଜ୍ୟସରକାର ଅଣ୍ଟାଭିଡ଼ିଥିବାବେଳେ ଶିଳ୍ପ ବିକାଶ ର ପ୍ରାଥମିକ ଉତ୍ସ ସଡ଼କକୁ ରାଜ୍ୟସରକାର ଯେଉଁ ଗୁରୁତ୍ୱ ଦେବା କଥା ତାହା ଦେଉନାହାନ୍ତି | ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭିସା ଇସ୍ପାତ କାରଖାନାର ସମ୍ମୁଖ ରାସ୍ତା ଓ ରେଲୱେ ଓଭର ବ୍ରିଜ ଦକ୍ଷିଣ ପଟ ସ୍ଥାନରେ ଗଢି ଉଠିଥିବା ଖାଲ | ଟିକିଏ ବର୍ଷାରେ ଗୋଟେ ପଟ ରାସ୍ତା ରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି | ଯାହା ଫଳରେ ଖାଲ ଗୁଡିକ ଜଣା ପଡୁନାହିଁ | ଯଦ୍ଵାରା ପ୍ରତେକ ଦିନ ଦୁର୍ଘଟଣା ମାନ ଘଟୁଛି ଓ ବହୁ ଧନଜୀବନ ଅକାଳରେ ଝଡି ଯାଉଛି | ଏହି ରାସ୍ତା ପାଲଟିଛି, ମରଣ ଯନ୍ତା ପ୍ରଶାସନ ସାଜିଛି ନିଦାବିଷ୍ଣୁ | ଏହି ଖାଲ ରାସ୍ତାଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ଯିବା ଆସିବା କରିଥାନ୍ତି | ଦୁର୍ଭାଗ୍ୟର କଥା ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ ତାହା ଅଦ୍ୟାବଧି ପୂରଣ ହୋଇପାରୁନାହିଁ | ଯଥାଶୀଘ୍ର ଏହି ରାସ୍ତାପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରୁଛନ୍ତି | ଯଦି ଏହି ରାସ୍ତା କାମ ଶୀଘ୍ର କରାନଯାଏ ତେବେ ଆଉ କେତେ ଜଣଙ୍କର ଜୀବନ ଜୀବନ ଯିବ ତାହା କିଏ କହିବ ! ଏଥିପାଇଁ ଦାୟୀ କିଏ ରହିବ ବୋଲି ଅଂଚଳବାସୀ ଏ ପ୍ରଶ୍ନ ଉଠାଇଛନ୍ତି | ଦେଖାଯାଉ ଖବର ପ୍ରସାରଣ ପରେ କେତେ ତତ୍ପର ହେଉଛନ୍ତି ବିଭାଗୀୟ ଅଧିକାରୀ, ତାହା ଦେଖିବାକୁ ବାକି ରହିଲା|
ରାଜ୍ୟ
ବିଗୁଡୁଛି ରାସ୍ତାର ଅବସ୍ଥା, ସଜାଡ଼ିବ କିଏ
- Hits: 371












