ହେଡଲାଇନସ୍:

ମୋ ପରିବାର ଦ୍ୱାରା ବିରାଟ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆମ ବରଗଡ଼ ଜିଲ୍ଲାରେ ସର୍ବାଧିକ ରକ୍ତ ସଂଗ୍ରହ ହୋଇଛି :- ଗୌରହରି ମିଶ୍ର

ବରଗଡ :- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ କୋବିଡ଼ ମହାମାରୀ ସମୟରେ ରାଜ୍ୟରୁ ରକ୍ତ ର ଅଭାବ ଦୂର କରିବା ପାଇଁ , ବିଜୁ ଜନତା ଦଳର ଓଡିଶା ମୋ ପରିବାର ଜରିଆରେ ଜୀବନ ବିନ୍ଦୁ କାର୍ଯକ୍ରମ ମାଧ୍ୟମରେ ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ବିପୁଲ ପରିମାଣରେ ରକ୍ତ ସଂଗ୍ରହ ଅଭିଯାନ ଚାଲୁଅଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ଜୀବନ ବିନ୍ଦୁ କାର୍ଯକ୍ରମ ମାଧ୍ୟମରେ ଇତି ମଧ୍ୟରେ ଲକ୍ଷାଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଲୋକଙ୍କୁ ପ୍ରଦାନ କରାଯାଇଛି । ଏହିକ୍ରମ ରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ନିର୍ଦେଶରେ, ପାଇକମାଲ ବ୍ଲକ ଟେମରି ଗ୍ରାମରେ ଏକ ବିରାଟ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯକ୍ରମ କୁ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ଓ ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ମିଳିତ ଭାବରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ର ଆବଶ୍ୟକତା ଓ ଉପକାରୀତା ବାବଦରେ କହିବା ସହିତ ବାରମ୍ବାର ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବହୁ ସଂଖ୍ୟାରେ ମହିଳା ରକ୍ତଦାତା ଙ୍କର ସହିତ ନୂତନ ଭାବରେ ଅନେକ ଯୁବକ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ । ଉକ୍ତ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ପଦ୍ମପୁର ଏନ ଏ ସି ର ପୂର୍ବତନ ନଗରପାଳ ଶ୍ରୀ ପ୍ରୀତମ ମେହେର , ବରିଷ୍ଟ ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ , ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ , ଛାତ୍ର ଜନତା ଦଳର ସଭାପତି ଶ୍ରୀ ରବି ନାରାୟଣ ସାହୁ , ପାଇକମାଲ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରାଉତ , ପୂର୍ବତନ ସରପଞ୍ଚ ଶ୍ରୀ ରାଧେଶ୍ୟାମ ବରିହା ,ପ୍ରମୁଖ ଯୋଗଦେଇ ଶିବିରକୁ ସୁଚାରୁ ରୂପରେ ପରିଚାଳନା କରିଥିଲେ । ଏହି ଶିବିରରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କର ପ୍ରଥମେ କୋବିଡ଼ ଟେଷ୍ଟ କରାଯାଇଥିବା ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault