ହେଡଲାଇନସ୍:

ଘୁ.ଉଦୟଗିରିରେ ମୁଖ୍ୟ ଶାସନ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗସ୍ତର ଦ୍ବିତୀୟ ଦିନରେ ରବିବାର ଦିନ ଘୁ.ଉଦୟଗିରିକୁ ସକାଳ ପ୍ରାୟ ୧୦ ଘ.୧୫ମି ସମୟରେ ପହଞ୍ଚିଥିଲେ I ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ ଗୁଣ୍ଡ ପ୍ରୋସେସିଂ ୟୁନିଟ୍ ବୁଲି ଦେଖିଥିଲେ I ସେଠାରୁ ଘୁ.ଉଦୟଗିରି ଠାରେ ନୂତନ ଭାବେ ଓପିଟିସିଏଲ ଦ୍ବାରା ନିର୍ମିତ ୧୩୨/୩୩ କେଭି ବିଦ୍ୟୁତ ଷ୍ଟେସନ ପରିଦର୍ଶନ କରିବା ପରେ ସ୍ଥାନୀୟ ସ୍ମାର୍ଟ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ I ଏଥିସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ I ଏହି ଗସ୍ତ କାର୍ୟ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି, ଜିଲ୍ଲାର ବିଭିନ୍ନ ପଦାଧିକାରୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ଡ.ଜନ୍ମେଜୟ ସାହୁ ,ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହି ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ I ରାଇକିଆ ଠାରେ ମଧ୍ୟ ମୁଖ୍ୟ ଶାସନ ସଚ୍ଚିବଙ୍କୁ ରାଇକିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ୱାଗତ କରାଯିବ ସହ ମେମୋରେଣ୍ଡନ ପ୍ରଦାନ କରାଯାଇଛି I

0
0
0
s2sdefault