ହେଡଲାଇନସ୍:

ବିଶ୍ବ କ୍ରିଡା ଦିବସ ଅବସରରେ ପଦ୍ମପୁରରେ ସାଇକେଲ ରାଲି ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ଆଜି ବିଶ୍ବ କ୍ରିଡା ଦିବସ । ପଦ୍ମପୁର ମାରଓ୍ବାଡି ଯୁବମଂଚ ତରଫରୁ ପଦ୍ମପୁର ସହରରେ ବିଶ୍ବ କ୍ରିଡା ଦିବସ ପାଳନ କରାଯାଇଛି । କ୍ରିଡାପ୍ରେମୀ ତଥା କ୍ରିଡାବିତ ମାନଙ୍କୁ ଉତ୍ସାହିତ ଓ କ୍ରିଡା କ୍ଷେତ୍ରରେ ଆଗ୍ରହୀ ହେବା ପାଇଁ ଯୁବଗୋଷ୍ଠୀଙ୍କୁ ମାନଙ୍କୁ ନେଇ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା । ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ , ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ରାଲି ଶୁଭାରମ୍ଭ କରିଥିଲେ । ସାଇକେଲ ରାଲି ଧର୍ମଶାଳା ରୁ ବାହାରି ପଦ୍ମପୁର ସହର ପରିକ୍ରମା କରିଥିଲା । ଏହି ସାଇକେଲ ରାଲିରେ ପଦ୍ମପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସମାଜସେବୀ ଓ ଯୁବଗୋଷ୍ଠୀ ମାନେ ଅଂଶଗ୍ରହଣ କରିଥିଲେ । ମାରଓ୍ବାଡି ଯୁବାମଂଚ ,ଜାଗୄତି ଶାଖା ଓ ମହିଲା ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault